www.samajalive.in
Monday, December 15, 2025
24.1 C
Bhubaneswar

ବଢିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ :  ଆୟକର ବିଭାଗ ଆଇଟିଆର୍ ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ଆଣିଛନ୍ତି। ଆଇଟିଆର୍ ଦାଖଲ କରିବାର ତାରିଖକୁ ଆଉ ଏକ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ।  ଏବେ ଆର୍ଥିକ ବର୍ଷ ୨୦୨୪-୨୫ର ଆୟ ଉପରେ ମୂଲ୍ୟାୟନ ବର୍ଷ ୨୦୨୫-୨୬ ପାଇଁ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ନିର୍ଦ୍ଧାରିତ ହୋଇଛି। ୧୫ ସେପ୍ଟେମ୍ବର, ଅର୍ଥାତ୍ ସୋମବାର ଥିଲା ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ। କିନ୍ତୁ ସେହି ଦିନ ଆୟକର ବିଭାଗର ଇ-ଫାଇଲିଂ ଓ୍ୱେବସାଇଟ୍‌ରେ ଅଧିକ ଟ୍ରାଫିକ ଏବଂ ତାନ୍ତ୍ରିକ ସମସ୍ୟା ହେତୁ ଲକ୍ଷାଧିକ ଉପଭୋକ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି କାରଣରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଶେଷ ତାରିଖକୁ ଆଉ ଏକ ଦିନ ପାଇଁ ବୃଦ୍ଧି କରିଛି। 
ଆୟକର ବିଭାଗ ସୂଚନା ଦେଇଛି ଯେ ଏଥର ୧୫ ସେପ୍ଟେମ୍ବର ସୁଦ୍ଧା ୭.୩ କୋଟିରୁ ଅଧିକ ଆଇଟିଆର୍‌ ଦାଖଲ ହୋଇଛି। ଯାହା ଗତ ବର୍ଷର ୭.୨୮ କୋଟି ଫାଇଲିଂ ରେକର୍ଡ କୁ ଅତିକ୍ରମ କରିଛି। ଅନେକ ଟିକସଦାତା ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ ପୋର୍ଟାଲରେ ଲଗ୍‌ଇନ୍‌ କରିବା, ଆଇଟିଆର୍‌ ଅପଲୋଡ କରିବା, ଆଡଭାନ୍ସ ଟିକସ ପ୍ରଦାନ କରିବା ଏବଂ ଏଆଇଏସ୍‌ ଡାଉନଲୋଡ କରିବାରେ ଅସୁବିଧା ହେଉଛି। ଏହା ଉପରେ ବିଭାଗ ସ୍ପଷ୍ଟୀକରଣ ଦେଇ କହିଛି ଯେ ପୋର୍ଟାଲ ଠିକ୍ ଭାବେ କାମ କରୁଛି ଏବଂ ଲୋକ ମାନଙ୍କୁ ଅନ୍ୟ ବ୍ରାଉଜର ବ୍ୟବହାର କରିବାକୁ କୁହାଯାଇଛି। ଏମିତିକି ଇମେଲ ଆଇଡିରେ ପ୍ୟାନ୍‌ ଏବଂ ମୋବାଇଲ ନମ୍ବର ପଠାଇବାକୁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା ବ୍ୟକ୍ତିଗତ ଅସୁବିଧା ଗୁଡ଼ିକର ସମାଧାନ ହୋଇପାରିବ।

 

 

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories