www.samajalive.in
Sunday, December 14, 2025
14.1 C
Bhubaneswar

ଚନ୍ଦ୍ରଯାନ-୩ର ସଫଳତା ପଛରେ ଓଡିଆ ବୈଜ୍ଞାନିକଙ୍କ ହାତ

ଗୁରୁଡ଼ିଝାଟିଆ: ଚନ୍ଦ୍ରଯାନ-୩କୁ ସଫଳ ରୂପେ ସୁରକ୍ଷିତ ଭାବରେ ସପ୍ଟ ଲ୍ୟାଣ୍ଡିଂ କରାଇବା କ୍ଷେତ୍ରରେ ଭାରାତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରଥମକରି ସପ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପୃଥିବୀରେ ପ୍ରଥମ ଦେଶ। ଏହାର ପଛରେ ଓଡିଆ ପୁଅ ବିଜୟ ପାତ୍ରଙ୍କ ବଳିଷ୍ଠ ଭୂମିକା ରହିଛି। ଚନ୍ଦ୍ରଯାନ-୩ ର ଗୁଣବତ୍ତା ପରୀକ୍ଷଣର ମୁଖ୍ୟସୂତ୍ରଧର ଥିଲେ ବୈଜ୍ଞାନିକ ଶ୍ର ପାତ୍ର। ସେ ଚନ୍ଦ୍ରଯାନ-୩ର ରିଆବିଲିଟି ଆଣ୍ଡ କ୍ୱାଲିଟି ଆସ୍ୟୁରାନ୍ସ ବିଭାଗରେ ଉନ୍ନତମାନର ଉପଗ୍ରହ ନିର୍ମାଣରେ ଗଭୀର ଭାବେ ଯୋଗଦାନ କରିଥିଲେ। ଯାହା ଫଳରେ କି ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଭାରତୀୟଙ୍କ ଭିତରେ ଉଲ୍ଲାସ ଉନ୍ମାଦନା ସୃଷ୍ଟି କରିଦେଇଛି।

ଓଡିଆ ପୁଅ ଯୁବ ବୈଜ୍ଞାନିକ ବିଜୟ କୁମାର ପାତ୍ର କଟକ ଜିଲ୍ଲା କଖଡି ଗ୍ରାମପଞ୍ଚାୟତ ଅଧିନ ମହାଳପଡ଼ା ଗ୍ରାମର ପିତା କୃଷ୍ଣଚନ୍ଦ୍ର ପାତ୍ର ଓ ମାତା ସରସ୍ୱତୀ ପାତ୍ରଙ୍କ ବଡପୁଅ ଅଟନ୍ତି। କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ମେଧାବୀ ଛାତ୍ର ଭାବେ ମାଟ୍ରିକ ପାଶ କଲାପରେ ବାଙ୍କି ମହାବିଦ୍ୟାଳୟରେ +୨ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା ଖଣି ଯାନ୍ତ୍ରିକ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ଆଇଆଇଟି ଖଡଗପୁର ରୁ ଏରୋସ୍ପେସ ଇଂଜିନିୟରିଂରେ ଏମଟେକ ଡିଗ୍ରୀ ସମାପନ କରିଥିଲେ। ୨୦୦୬ରୁ ଇସ୍ରୋରେ ବୈଜ୍ଞାନିକ ଭାବରେ ଯୋଗ ଦେଇ ୨୦୦୮ ଚନ୍ଦ୍ରଯାନ ପ୍ରେରଣର ସଫଳତା ସହିତ ଚନ୍ଦ୍ରରେ ଜଳଥିବା ତଥ୍ୟ ହାସଲ କରିବା ଓ ଭାରତୀୟ ଜାତୀୟ ପତାକାକୁ ଚନ୍ଦ୍ରପୃଷ୍ଠରେ ପକାଇବା ରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ୨୦୧୯ ଚନ୍ଦ୍ରଯାନ ପ୍ରେରଣ କ୍ଷେତ୍ରରେ ମଧ୍ୟ ସଂଶ୍ଲିଷ୍ଟ ଥିଲେ। ଯୁବ ବୈଜ୍ଞାନିକ ବିଜୟଙ୍କ ମାମୁଁ ଭୀମସେନ ବେହେରାଙ୍କ ପ୍ରେରଣା ଉତ୍ସାହ ଓ ଆଗକୁ ବଢ଼ିବାର ସହଯୋଗ ପାଇଁ ସେ ଆଜି ଇସ୍ରୋର ବୈଜ୍ଞାନିକ ଭାବେର ଚନ୍ଦ୍ରଯାନ-୩ ସଫଳତା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସମାଜକୁ କହିଥିଲେ। ଚନ୍ଦ୍ରଯାନ-୩ ସମଗ୍ର ଆଠଗଡ଼ ନିର୍ବାଚନମଣ୍ଡଳୀ ଓ ନିଜ ଗାଁ ମହାଳପଡ଼ାରେ ଖୁସିର ଲହରୀ ଦେଖାଦେଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories