ଇରାନ ସହ ପରମାଣୁ ବୁଝାମଣା ବାତିଲ କଲେ ଟ୍ରମ୍ପ

0

ୱାଶିଂଟନ : ଇରାନ ସହ ହୋଇଥିବା ଗୁପ୍ତ ପରମାଣୁ ବୁଝାମଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବାତିଲ କରିଦେଇଛନ୍ତି। ମଙ୍ଗଳବାର ଟ୍ରମ୍ପ ପରମାଣୁ ବୁଝାମଣା ବାତିଲ କରିବା ପରେ ଏହା ବିରୋଧରେ କଟକଣା ଲାଗୁ କରିବାକୁ ଯୋଜନା କରିଥିବା ଜଣାଯାଇଛି। ବୁଝାମଣା ବାତିଲ ସମ୍ପର୍କରେ ଟ୍ରମ୍ପ ଏକ ଟେଲିଭିଜନ ବାର୍ତ୍ତାରେ ଘୋଷଣା କରିବା ସହ ଏହାକୁ ତ୍ରୁଟିପୂର୍ଣ୍ଣ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଇରାନ ପ୍ରୋତ୍ସାହନ ଦେଉଛି।

Leave A Reply