ଆଇପିଏଲ୍ କ୍ରିକେଟ : ପଞ୍ଜାବ ବନାମ ରାଜସ୍ଥାନ

0

ଜୟପୁର : ଆଇପିଏଲ୍ କ୍ରିକେଟ – ୨୦୧୮ରେ ଆଜି ରାତି ୮ଟାରେ ଜୟପୁରରେ  କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ମଙ୍ଗଳବାର ସୁଦ୍ଧା କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ୯ଟି ମ୍ୟାଚରୁ ୬ଟି ବିଜୟ ଓ ୩ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ଥିବାବେଳେ ରାଜସ୍ଥାନ ରୟାଲସ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହିତ ୬ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।
ତେବେ ଆଜିର ମ୍ୟାଚ ପରେ ପ୍ରାୟତଃ ପ୍ଲେ-ଅଫ୍ ରାଉଣ୍ଡ ଚୁଡାନ୍ତ ହୋଇଯିବ। କାରଣ ସନରାଇଜର୍ସ ହାଇଦରାବାଦ ଏବେ ମଧ୍ୟ ଶୀର୍ଷ ସ୍ଥାନରେ ନିଜର ସ୍ଥିତି ବଜାୟ ରଖିଛି। ହାଇଦରାବାଦ ମୋଟ ୧୦ଟି ମ୍ୟାଚ ଖେଳି ୮ଟି ବିଜୟ ଓ ୨ଟି ପରାଜୟ ସହିତ ୧୬ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଅନ୍ୟ ପକ୍ଷରେ ଚେନ୍ନଇ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି କଲକାତା ନାଇଟ ରାଇଡର୍ସ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୫ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି । ତେଣୁ ପଞ୍ଜାବ ବନାମ ରାଜସ୍ଥାନ ମ୍ୟାଚରୁ ପ୍ଲେ-ଅଫ୍ ରାଉଣ୍ଡ ସ୍ଥିତି ସ୍ପଷ୍ଟ ହୋଇଯିବ।
ଅନ୍ୟ ପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟ ସହିତ ୮ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଦିଲ୍ଲୀ ଡେୟାର ଡେଭିଲସ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି ।

Leave A Reply