www.samajalive.in
Tuesday, December 9, 2025
16.1 C
Bhubaneswar

’ସମାଜଲାଇଭ୍’ ପ୍ରଭାବ: ଅକ୍ଟେବର ୨୨ ପୂର୍ବରୁ ଦାୟିତ୍ଵ ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର ନକଲେ ଦରମା ବନ୍ଦ ନିର୍ଦେଶ

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ଏକ ବିଦ୍ୟାଳୟରେ ଛଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ନେଇ ‘ସମାଜଲାଇଭ୍’ରେ  ଖବର ପ୍ରକାଶ ପାଇବାପରେ ବ୍ଲକ ଶିକ୍ଷା ପ୍ରଶାସନର ନିଦ ଭାଙ୍ଗିଛି। ୨୨ ତାରିଖ ପୂର୍ବରୁ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାକୁ ବ୍ଲକ୍ ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଛନ୍ତି ।

ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ପତ୍ର ସଂଖ୍ୟା ୩୨୯୧ ତା.୧୩/୦୩/୧୯ରେ ୨୮ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ବଦଳୀ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶିକ୍ଷା ମଣ୍ଡଳାଧିଶଙ୍କ ନିର୍ଦ୍ଦେଶିତ ଏହି ପତ୍ରର କ୍ରମିକ ନଂ ୧୮ ଥିବା ଶିର୍ଲୋ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେଦ୍ର ନାଥ ସାହୁ (୩ୟ ବର୍ଗର ଶିକ୍ଷକ) ଙ୍କୁ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଗଲା। କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ୟ ବର୍ଗର ଶିକ୍ଷକ ନଥିବାରୁ ସହକାରୀ ଶିକ୍ଷକ ରବି ନାରାୟଣ ତା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଇତ୍ୱ ତୁଲାଉଥିଲେ। ମାତ୍ର ଦେବେଦ୍ର ନାଥ ସାହୁ ୩ୟ ବର୍ଗର ଶିକ୍ଷକ ତା.୧୩/୦୩/୧୯ ଅପରାହ୍ନରେ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦାନ କଲେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ତା ୬ ମାସ ପରେ ବି ଦାଇତ୍ୱ ଦେଇ ନଥିଲେ। ଏ ବିଷୟରେ ୩ୟ ବର୍ଗର ଶିକ୍ଷକ ଦେବେଦ୍ର ନାଥ ସାହୁ ବହୁ ବାର ମୈଖିକ ଓ ଦୁଇ ଥର ଲିଖିତ ଭାବରେ ଜଣାଇଲେ ବି ବ୍ଲକ ଶିକ୍ଷା ଅଧିକାରୀ ଚୁପ ରହିଥିଲେ ।  ପକ୍ଷରେ କୁଆମଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୂର୍ବରୁ ଶାନ୍ତି ରାଣୀ ଓ ମନୋରମା ଆଚାର୍ଯ୍ୟ ନାମକ ଦୁଇ ଜଣ ୩ୟ ବର୍ଗର ଶିକ୍ଷକ ଅବସର ନେଇଥିଲେ ବି ତାଙ୍କୁ ସହକାରୀ ଶିକ୍ଷକ ରବି ନାରାୟଣ ତା ପ୍ରଧାନ ଶିକ୍ଷକ ଦାଇତ୍ୱ ଦେଇ ନଥିଲେ।

- Advertisement -

ଖବର ପ୍ରକାଶ ପରେ ଶିକ୍ଷା ଅଧିକାରୀଣୀ ପତ୍ର ସଂଖ୍ୟା ୧୭୯୬ ତା.୧୬/୧୦/୨୦ରେ ଅକ୍ଟେବର ୨୨ ପୂର୍ବରୁ ଦାଇତ୍ୱ ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର ନକଲେ ଦରମା ବନ୍ଦ କରିବାକୁ କହିଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ମୈଖିକ ଭାବରେ ଅନେକ ଥର  ଶିକ୍ଷା ଅଧିକାରୀ ସହକାରୀ ଶିକ୍ଷକ ରବି ନାରାୟଣ ତାଙ୍କୁ ଦାଇତ୍ୱ ହସ୍ତାନ୍ତର ପାଇଁ କହିଥିଲେ ହେଁ ସେ ଏହାକୁ କାର୍ଯ୍ୟକାରୀ କରି ନ ଥିଲେ ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories