ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନବଜାତକ

ସମ୍ବଲପୁର: ବୋରୱେଲ ଭିତରୁ ନବଜାତକ ଉଦ୍ଧାର ହୋଇଛି। ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର ନବଜାତକକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ନବଜାତକକୁ ଉଦ୍ଧାର କରିବା ପରେ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିଥିଲେ ଏବଂ ଏହାପରେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ସମ୍ବଲପୁର ବୁର୍ଲା ମେଡ଼ିକାଲ ପଠାଇ ଦିଆଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ଣ ୩ଟା ବେଳେ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବୋରୱେଲରୁ ନବଜାତକର କୁଆଁ କୁଆଁ କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଏ ନେଇ ତୁରନ୍ତ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ୮ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ଭାବେ ନବଜାତକକୁ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ। କଠିନ ପରିଶ୍ରମ କରି ଲୁହା ପାଇପ କାଟି ନବଜାତକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ନବଜାତକକୁ କୌଣସି ବୋରୱେଲରୁ ଉଦ୍ଧାର କରିବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।

Comments are closed.