www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତ-ପାକିସ୍ତାନ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ

କଟକ : ଚିରପ୍ରତିଦ୍ୱନ୍ଦୀ ଭାରତ ପାକିସ୍ତାନ ମ୍ୟାଚକୁ ସମସ୍ତେ ଚାହିଁ ବସିଥାନ୍ତି। ଲୋକମାନେ ଏହାକୁ କେବଳ କ୍ରିକେଟ ମ୍ୟାଚ ହିସାବରେ ଦେଖିନଥାନ୍ତି। ବାରତ-ପାକିସ୍ତାନ ମ୍ୟାଚ ଭାବନା ସହ ଯୋଡି ରହିଥାଏ। ତେଣୁ ନିଜ ଦଳର ଖେଳାଳି ମାନଙ୍କ ଭଲ ପର୍ଦଶନ ପାଇଁ ସମସ୍ତେ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଦଳର ଖେଳାଳୀ ଭଲ ବ୍ୟାଟିଂ କରିଛନ୍ତି।
ଏସିଆ କପରେ ଭାରତ ତରଫରୁ ବିରାଟ କୋହଲି ସମୁଦାୟ ୪୫୯ରନ୍ କରିଛନ୍ତି। ମାତ୍ର ଏହି ଏସିଆ କପ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଯେଉଁଥିପାଇଁ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିବେ। ସେହିଭଳି ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ ସର୍ବାଧିକ ରନ୍ କରିଛନ୍ତି। ସୂଚନା ଅନୁସାରେ ସେ ମଧ୍ୟ ଏହି ଏସିଆ କପ ଖେଳିବେନି। ଏସିଆ କପରେ କୋହଲିଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୮୩ରନ୍ ରେକର୍ଡ ରହିଛି। ଯାହା ସେ ୨୦୧୨ ମସିହାରେ ପାକିସ୍ତାନ ବିରୁଦ୍ଧରେ କରିଥିଲେ। ସେହିଭଳି ଏମ ଏସ ଧୋନି ମଧ୍ୟ ୯୫.୧୬ ପ୍ରିଶତରେ ରନ୍ କରିଛନ୍ତି। ସେହିପରି ପାକିସ୍ତାନ ସହିଦ ଅନୱାର ୧୯୪ ରନ କରିଥିଲେ। ଭାରତୀୟ କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲକର ୨୦୦୩ରେ ସେଣ୍ଟୁରିଆନରେ ୯୮ ରନ କରିଥିଲେ। ୨୦୧୭ ଲଣ୍ଡନରେ ପାକିସ୍ତାନ ବ୍ୟାଟ୍‍ମ୍ୟାନ ଫକର ଜମାନ ୧୧୪ ରନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories