bjd gruha runa

୨୦୪୭ରେ ହୋଇପାରେ ଦେଶ ବିଭାଜନ: ଗିରିରାଜ ସିଂହ

BJD Bijuli 480×75 Mob
0

ନୂଆଦିଲ୍ଲୀ : ପୁଣି ଥରେ ଦେଶ ବିଭାଜନ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ସିଂହ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ୧୯୪୭ରେ ଯେପରି ଦେଶ ବିଭାଜନ ହୋଇଥିଲା ସେହିପରି ୨୦୪୭ରେ ପୁଣି ଥରେ ଦେଶ ବିଭାଜନ ହେବ। ୧୯୪୭ ପରଠାରୁ ୭୨ ବର୍ଷ ମଧ୍ୟରେ ଦେଶର ଜନସଂଖ୍ୟା ୩୩କୋଟିରୁ ବୃଦ୍ଧି ପାଇ ୧୩୫କୋଟିରେ ପହଞ୍ଚିଲାଣି। ଏହି ଲୋକସଂଖ୍ୟା ବୃଦ୍ଧି ଦେଶକୁ ଆଉ ଏକ ବିଭାଜନ ଆଡକୁ ବାଟ କଢାଇବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଲୋକସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ସଂସଦ ଠାରୁ ଗଳିକନ୍ଦି ପର୍ଯ୍ୟନ୍ତ ଚର୍ଚ୍ଚା ହେବା ଦରକାର। ସେହିପରି ସଂଖ୍ୟାଲଘୁଙ୍କର ସଂଜ୍ଞା ନିରୂପଣ ହେବା ଦରକାର। ଲୋକସଂଖ୍ୟା ନିୟନ୍ତ୍ରଣ ପାଇଁ କଠୋର ନିୟମ ହେବା ଦରକାର। ନଚେତ ଦେଶ ବଡ ବିପର୍ଯ୍ୟୟର ସମ୍ମୁଖୀନ ହେବ।

Leave A Reply