www.samajalive.in
Monday, December 15, 2025
24.1 C
Bhubaneswar

ବେଜିଂରେ ଭାରତ-ଚୀନ୍ ମଧ୍ୟରେ କୂଟନୈତିକ ବୈଠକ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଅଶାନ୍ତି ଭିତରେ ଏଲଏସିରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତ-ଚୀନ୍ ସୀମାନ୍ତ ବ୍ୟାପାର ଡବ୍ଲୁଏମସିସି କର୍ମମର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଛି। ଏଲଏସିରୁ ସୈନ୍ୟ ପ୍ରତ୍ୟାହାର କରିବା ଉପରେ ବୈଠକରେ ଜୋର୍ ଦେଇଥିଲା ଭାରତ। ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରେସ୍ ରିଲିଜ୍ କରି ଏହି ସୂଚନା ଦେଇଛି। ଏହା ଥିଲା ଦୁଇ ଦେଶ ମଧ୍ୟରେ ୨୯ତମ କୂଟନୈତିକ ବୈଠକ। କୂଟନୀତି ଏବଂ ସାମରିକ ଚ୍ୟାଲେନ୍ ଖୋଲା ରଖିବା ଉପରେ ବୈଠକରେ ସହମତି ହୋଇଛି। ଗତବର୍ଷ ନଭେମ୍ବର ମାସରେ ୨୮ତମ ବୈଠକ ବସିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories