ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ସେକ୍ସନ ସ୍ଥିତ କିଡିଙ୍ଗଭଟା ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ୧୦ ଟିକିଆ ଜଙ୍ଗଲୀ ହାତୀପଲ ଆସି ଲକ୍ଷ୍ମୀ ନାଏକର ଘର ଭାଙ୍ଗିବା ସହିତ କଦଳୀ ଗଛ ଗୁଡିକ ନଷ୍ଟ କରି ଦେଇଛନ୍ତି।
ସୂଚନା ମୁତାବକ ଏହି ଜଙ୍ଗଲୀ ହାତୀପଲ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ମାସେ ହେଲା ଆତଙ୍କ ସୃଷ୍ଟି କରିଥିବା ବେଳେ ଗତ ସୋମବାର ରାତିରେ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ କିଡିଙ୍ଗଭଟା ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି। ଗତ ସୋମବାର ରାତିରେ ୧୦ ଟିକିଆ ହାତୀପଲ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ ଲକ୍ଷ୍ମୀ ନାଏକର ଘର ଭାଙ୍ଗିବା ପରେ ଘର ପାଖରେ ଥିବା କଦଳୀ ବଗିଚା ନଷ୍ଟ କରିଛନ୍ତି। ହାତୀ ଉପଦ୍ରଵ ଖବର ପାଇ ମଙ୍ଗଳବାର ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଣୁ ଏହି ପରିବାର ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗତ ୧୩ ତାରିଖ ବୁଧବାର ରାତିରେ ୨୦ ଟିକିଆ ଜଙ୍ଗଲୀ ହାତୀପଲ ଆସି ୭ ଜଣଙ୍କ ଘର ଭାଙ୍ଗିବା ପରେ ଘରେ ଥିବା ଧାନ, ଚାଉଳ,କନ୍ଧୁଲ ଖାଇବା ସହ ଘରେ ଥିବା ଆବାସ ପତ୍ର ନଷ୍ଟ କରି ଦେଇଥିଲେ।
ଜଙ୍ଗଲୀ ହାତୀ ଉପଦ୍ରବ; ଘର ଭାଙ୍ଗିଲେ,କଦଳୀ ଗଛ ନଷ୍ଟ କଲେ
Popular Categories



