www.samajalive.in
Saturday, December 6, 2025
26.1 C
Bhubaneswar

ଅଭୟାରଣ୍ୟ ମଝିରେ ଥିବା ମାରଡା ଗାଁରେ ଜିଲାପାଳ; ଲୋକଙ୍କ ମୌଳିକ ସମସ୍ୟା ବୁଝିଲେ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲାପାଳ ଜେ.ଜୋନାଲ। ସେଠାରେ ରହୁଥିବା ୨୬ଟି ଆଦିବାସୀ ପରିବାର ଲୋକଙ୍କ ସହିତ ଜିଲାପାଳ ସିଧାସଳଖ କଥାବାର୍ତା ହେବା ସହ ସେମାନଙ୍କ ଜୀବନ,ଜୀବିକା ବିଷୟରେ ଆଲୋଚନା କରିଥିଲେ। ସଠିକ ସମୟରେ ଭତା, ଚାଉଳ ମିଳୁଛି କି ନାହିଁ ସେ ବିଷୟରେ ଲୋକଙ୍କୁ ପଚାରି ବୁଝିଥିଲେ। ଏହା କାମଧନ୍ଦା ପାଇଁ ମନରେଗା ଯୋଜନାରେ ଲୋକଙ୍କୁ କିପରି ସୁବିଧାରେ କାମ ଯୋଗାଇଦିଆଯାଇପାରିବ ସେ ଦିଗରେ ବିଡିଓଙ୍କୁ ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁରେ ଅଚଳ ଅବସ୍ଥାରେ ଥିବା ନଳକୂପଗୁଡିକ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମାରଡା ଗାଁ ରେ ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଥିଲେ ସୁଦ୍ଧା ଅନେକ ଲୋକଙ୍କ ଘରେ ଉପରେ କଳାପଲିଥିନ ଟଣା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କେତେ ଲୋକଙ୍କ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ସେ ବିଷୟରେ ଅନୁଧ୍ୟାନ ପାଇଁ ହରଭଙ୍ଗା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲାପାଳ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଦିନରୁ ଆଭ୍ୟନ୍ତରୀଣ ଅଂଚଳ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସିଧାସଳଖ ବୁଝୁଥିବା ଦେଖିବାକୁ ମିଳୁଛି। ଏଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ଦୁର୍ଗମ ଅଂଚଳ ଉପରେ ଫୋକସଥିବା ଦେଖିବାକୁ ମିଳିଛି। ଆଜିର ଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ନୟାଗଡ଼ ବନ୍ୟପ୍ରାଣୀ ଡି.ଏଫ.ଓ ଫାଲଗୁନି ଶେଖର ମଲ୍ଲିକ, ଏ.ସି.ଏଫ ସୁଦିପ୍ତି ମହାପାତ୍ର, ରେଞ୍ଜ ଅଫିସର ସଂସାର ବର୍ଗୀଆ, କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories