www.samajalive.in
Monday, December 15, 2025
24.1 C
Bhubaneswar

ଅମୀୟ କୁମାର ମହାନ୍ତିଙ୍କୁ ‘ଏମକେଏସପି ନାଟ୍ୟ ସମ୍ମାନ’ ପ୍ରଦାନ

ଫୁଲବାଣୀ: କନ୍ଧମାଳର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ତରଫରୁ ‘ବିଶ୍ୱ ନାଟ୍ୟ ଦିବସ’ ଅବସରରେ ବିଶିଷ୍ଟ ମଞ୍ଚ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅମୀୟ କୁମାର ମହାନ୍ତିଙ୍କୁ ‘ଏମକେଏସପି ନାଟ୍ୟ ସମ୍ମାନ’ ପ୍ରଦାନ କରାଯାଇଛି। ଶ୍ରୀ ମହାନ୍ତି ନିଜର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଯୁବ ପୀଢ଼ିଙ୍କ ମଧ୍ୟରେ ପ୍ରେରଣାର ଉତ୍ସ। ଏଣୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଥାଉକି ଶ୍ରୀ ମହାନ୍ତିଙ୍କ ଅସୁସ୍ଥତା ହେତୁ ଏମକେଏସପିର କର୍ମକର୍ତ୍ତା ଓ ସାମ୍ବାଦିକ ଅଶୋକ ମହାନ୍ତି ତାଙ୍କ ବାସଗୃହକୁ ଯାଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଏମକେଏସପି ସଭାପତି ବିଜୟକୃଷ୍ଣ ପଟ୍ଟନାୟକ, ସଂପାଦକ ଶରତଚନ୍ଦ୍ର ସାହୁ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ ଦାସ୍, କୋଷାଧ୍ୟକ୍ଷ କିଶୋର ମିଶ୍ର, ପାଠାଗାର ସଂପାଦକ ବିପିନ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories