bjd gruha runa

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟି୨୦

BJD Bijuli 480×75 Mob

ତିରୁଅନନ୍ତପୁରମ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ତିରୁଅନନ୍ତପୁରମରେ ଖେଳାଯିବ। ଭାରତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ନିଶ୍ଚିତ ଉଦ୍ୟମ କରିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଯୁବ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବୋଲିଂ ଅପେକ୍ଷା ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିବା ସହିତ ୨୦୯ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ସୂର୍ଯ୍ୟକୁମାର ଓ ଈଶାନ କିଷନ ଚମତ୍କାର ବ୍ୟାଟିଂ କରିଥିବାବେଳେ ରିଙ୍କୁ ସିଂହ ମ୍ୟାଚ ଫିନିସର ଦାୟିତ୍ବ ତୁଲାଇଥିଲେ। ଦୁଇ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଆଶା ଅନୁଯାୟୀ ଖେଳିପାରିନଥିଲେ। ଋତୁରାଜ ରନଆଉଟ୍‌ ହୋଇଥିବାବେଳେ ଜୟସୱାଲ ଓ ତିଲକ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ତିଲକ, ଋତୁରାଜ ଓ ଜୟସୱାଲଙ୍କ ପାଇଁ ଦ୍ବିତୀୟ ମ୍ୟାଚରେ ରନ କରିବାର ସୁଯୋଗ ରହିଛି। ବୋଲିଂରେ ମୁକେଶ କୁମାରଙ୍କୁ ବାଦ୍‌ ଦେଲେ ଅନ୍ୟ ସସସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ୍‌ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ଣୋୟି ଓ ଅକ୍ଷର ପଟେଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଉକ୍ତ ବୋଲରଙ୍କ ନିକଟରେ ବୋଲିଂ ତ୍ରୁଟିକୁ ସୁଧାରିବା ନେଇ ସୁଯୋଗ ରହିଛି। ଅକ୍ଷର ଅଲରାଉଣ୍ଡର ଭାବେ ଖେଳୁଥିଲେ ମଧ୍ୟ ଉକ୍ତ ଭୁମିକାକୁ ସଠିକ ଭାବେ ତୁଲାଇବାରେ ବିଫଳ ହୋଇଥିଲେ। ଦ୍ବିତୀୟ ମ୍ୟାଚରେ ଅକ୍ଷରଙ୍କ ସ୍ଥାନରେ ଶିଭମ ଦୁବେ ଓ ଅର୍ଶଦୀପ୍‌ଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ସୁଯୋଗ ମିଳିବା ନେଇ ଆଶା କରାଯାଉଛି।

ଅନ୍ୟପକ୍ଷରେ ମାଥ୍ୟୁ ୱେଡ୍‌ଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂରେ ଜୋଶ ଇଙ୍ଗଲିଶ ଚମତ୍କାର ୧୧୦ରନ ଓ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ୫୨ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସେଭଳି ସହଯୋଗ ଦେଇନଥିଲେ। ବୋଲିଂରେ ମାର୍କୋସ ଷ୍ଟୋଇନିସ, ଜାସନ ବେହେରେନଡ୍ରଫ, ମାଥୁ ସର୍ଟ, ସେନ୍‌ ଆବଟ୍ଟ, ନାଥନ ଏଲିସ ଓ ତନବୀର ସାଙ୍ଘାଙ୍କୁ ଭାରତୀୟ ବୋଲର ସହଜରେ ଖେଳି ରନ କରିଥିଲେ। ଦଳ ବୋଲିଂକୁ ସୁଧାରିବା ସହିତ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ଭାରତ ଅପେକ୍ଷା ଉକ୍ତ ମ୍ୟାଚ ଅଷ୍ଟ୍ରେଲିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ସିରିଜ୍‌କୁ ଫେରିବା ନେଇ ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବାକୁ ପଡିବ। ଭାରତ ମଧ୍ୟ ଉକ୍ତ ମ୍ୟାଚକୁ ଜିତି ୨-୦ରେ ଅଗ୍ରଣୀ ନେବାକୁ ଉଦ୍ୟମ କରିବ।

Comments are closed.