Patra electronics

ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୋବାଇଲ ତିଆରି କରୁଥିବା ଦେଶ

0

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୋବାଇଲ୍‌ ତିଆରି କରୁଥିବା ଦେଶ । ଭାରତୀୟ ସେଲୁଲାର ଆସୋସିଏସନ୍‌ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଏବେ ବିଶ୍ୱରେ ଚୀନ ସର୍ବାଧିକ ମୋବାଇଲ୍‌ ତିଆରି କରୁଛି । ୨୦୧୪ରେ ଭାରତ ବାର୍ଷିକ ୩୦ ଲକ୍ଷ ମୋବାଇଲ୍‌ ଫୋନ୍‌ ତିଆରି କରୁଥିବା ୨୦୧୭ରେ ଏକ କୋଟି ୧୦ ଲକ୍ଷ ମୋବାଇଲ୍‌ ଫୋନ୍‌ ତିଆରି କରାଯାଇଛି । ଆଗରୁ ଭିଏତ୍‌ନାମ୍‌ ବିଶ୍ୱର ଦ୍ୱିତୀୟ ମୋବାଇଲ୍‌ ତିଆରି କରୁଥିବା ଦେଶ ଥିଲା ।

ଏଥଯୋଗୁଁ ଅନ୍ୟଦେଶମାନଙ୍କରୁ  ଆମଦାନୀ କରାଯାଉଥିବା ମୋବାଇଲ୍‌ର ପରିମାଣ ହ୍ରାସ ପାଇଛି । ୨୦୧୯ ସୁଦ୍ଧା ଦେଶରେ ବାର୍ଷିକ ୫୦ କୋଟି ମୋବାଇଲ୍‌ ଫୋନ୍‌ ତିଆରି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply