www.samajalive.in
Monday, December 15, 2025
27.1 C
Bhubaneswar

ମାନବିକତାକୁ ଏକୀଭୂତ କରିବାର ସାମର୍ଥ୍ୟ ଭାରତର ରହିଛି : ରାଜ୍ୟପାଳ

ଭୁବନେଶ୍ବର : ଦେଶ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ଅସହ୍ୟ ଯନ୍ତ୍ରଣା ସହିଛନ୍ତି। ବିଭାଜନର ବିଭୀଷିକା କେମିତି ରହିଥିବ, ତାହାର ପରିଣାମ ଏବେବି ଉପସ୍ଥିତ ରହିଛି। ପ୍ରେମ, ଶାନ୍ତି ସହିତ ସମଗ୍ର ମାନବିକତାକୁ ଏକୀଭୂତ କରିବାର ସାମର୍ଥ୍ୟ ଭାରତର ରହିଛି। ରବିବାର ଭୁବନେଶ୍ବରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଆଇସିଏଚଆର ପକ୍ଷରୁ ଆୟୋଜିତ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’କୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡ଼ା ସହିଥିବା ସେହି ପୂର୍ବଜମାନଙ୍କୁ ମନେ ପକାଇବାର ଅବସର। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯୪୭ ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଏବଂ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ। ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେବି ଅନେକଙ୍କୁ ମର୍ମାହତ କରୁଛି। ରାଜନୀତି ବନ୍ଧନରୁ ମୁକ୍ତ କରିବାର ପ୍ରୟାସ ଦେଶକୁ ବିଭାଜନ ଓ ଖଣ୍ଡ ବିଖଣ୍ଡିତ କରିଥିଲା। ଇତିହାସର ଦୃଷ୍ଟିକୋଣ ଅନୁଯାୟୀ ସମ୍ଭତଃ ସେହି ସମୟକୁ ଏଡାଯାଇପାରିଥାନ୍ତା। ଇତିହାସ ଦର୍ପଣ ସଦୃଶ। ଇତିହାସ ଭବିଷ୍ୟତର ପଥ ପ୍ରଦର୍ଶିକା। ଇତିହାସକୁ ଯେଉଁ ସମାଜ ବୁଝେ ନାହିଁ, ପଢ଼େ ନାହିଁ କିମ୍ବା ଜାଣିବାର ଚେଷ୍ଟା କରେ ନାହିଁ; ଭବିଷ୍ୟତରେ ସେ ଝୁଣ୍ଟି ପଡ଼ିବାର ବହୁତ ସମ୍ଭାବନା ଅଛି। ଓଡ଼ିଶା ସମେତ ଭାରତର ଅନେକ ସଂଗ୍ରାମୀମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ଘଟଣାରେ ଲିପ୍ତ ଥାଇ ମଧ୍ୟ ଇତିହାସ ପୃଷ୍ଠାରେ ତାଙ୍କର ନାଁ ନାହିଁ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଇସିଏଚଆର୍ ପକ୍ଷରୁ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଭାରତର ବିଭାଜନର କାହାଣୀ ଉପରେ ଆୟୋଜିତ ଏହି ପାଞ୍ଚଦିନିଆ ପ୍ରଦର୍ଶନୀକୁ ଦେଖିବା ପାଇଁ ଶ୍ରୀ ପ୍ରଧାନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories