ଚାଏ ପେ ଚର୍ଚ୍ଚା – ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମସଲା ଚା ପିଇ ୟୁପିଆଇରେ କଲେ ପେମେଣ୍ଟ

ବେଙ୍ଗାଲୁରୁ – ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ ଜି୨୦ ସମ୍ମିଳନୀରେ ସାମଲି ହେବା ପାଇଁ ଭାରତ ଆସିଥିଲେ । ସୋମବାରରେ ସେ ବେଙ୍ଗାଲୁରୁ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ଟେକ୍‌ ସିଟି ବୁଲିଥିଲେ । ଟେକ୍‌ ସିଟି ବୁଲିବା ସମୟରେ ସେ ଏକ କାଫେରେ ମସଲା ଚା ପିଇଥିଲେ।

ମସଲା ଚା ପିଇବା ପରେ ସେ ୟୁପିଆଇରେ ଏହାର ପେମେଣ୍ଟ କରିଥିଲେ । ବେଙ୍ଗାଲୁରୁକୁ ସେ ଚାଲି ଚାଲି ବୁଲିବା ସହ ସାଇକେଲ୍‌ରେ ବୁଲିଥିଲେ । ବେଙ୍ଗାଲୁରୁର ଚର୍ଚ୍ଚ ଷ୍ଟ୍ରିଟ୍‌ରେ ସେ ସାଇକେଲ୍‌ ଚଲାଇଥିଲେ ।

ଏହି ସମୟରେ ତାଙ୍କ ସହ ବେଙ୍ଗାଲୁରୁର ମେୟର ସତ୍ୟ ସଙ୍କରନ ‌ ଉପସ୍ଥିତ ଥିଲେ । ବେଙ୍ଗାଲୁରୁର ବିଭିନ୍ନ ସ୍ଥାନ ବୁଲିବା ପରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ସମ୍ପର୍କ ସୁଦୃଢ ଥିବା କଥା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି । ସେ ଟ୍ୱିଟରରେ ଏହି କଥା ପୋଷ୍ଟ କରିଛନ୍ତି ।

Comments are closed.