BJD Bijuli 480×75 Mob

ଅଷ୍ଟ୍ରେଲିଆରେ ମହିଳାଙ୍କ ମୁଣ୍ଡ ଭିତରେ ଜୀବନ୍ତ ଥିଲା ସାପରେ ମିଳୁଥିବା କୃମୀ- ଅସ୍ତ୍ରୋପଚାର ପରେ ….

BJD Bijuli 480×75 Mob

କାନବେରା- ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମେଡିକାଲ୍‌ ହିଷ୍ଟ୍ରୀ ବା ଚିକିତ୍ସା ଇତିହାସରେ ଏପରି ଘଟଣା ଅତି ବିରଳ ବୋଲି କୁହାଯାଉଛି । ଚିକିତ୍ସାପାଇଁ ଆସିଥିବା ଜଣେ ମହିଳାଙ୍କ ସିଟିସ୍କାନ ପରେ ତାଙ୍କ ମୁଣ୍ଡରେ ପରଜୀବୀ ରାଉଣ୍ଡଓ୍ୱାର୍ମ ବା ଏକ ଗୋଲ କୃମୀ ଜୀବନ୍ତ ଥିବା ଦେଖିବା ପାଇଁ ମିଳିଥିଲା । ଏହି କୃମୀ ସାଧାରଣତଃ ଅଜଗର ସାପ ଶରୀରରେ ମିଳିଥାଏ ।

ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ୱେଲସ୍‌ରେ ୬୪ ବର୍ଷିୟ ପ୍ରଥମେ ମହିଳା ଜଣଙ୍କର ପେଟ ଦରଜ ପରେ ପତଳା ଝାଡା ହୋଇଥିଲା । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଶୁଖିଲା କାଶ ସହ ଜର ହୋଇଥିଲା । ସେ ଅବସାଦକୁ ଚାଲିଯାଇଥିଲେ । ତୁରନ୍ତ ତାଙ୍କୁ ଅଷ୍ଟ୍ରେଲିଆର ରାଜଧାନୀ କାନବେରାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ବେଳେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଏଥିରେ ତାଙ୍କୁ ମସ୍ତିଷ୍କ ଭିତରେ ୮ ସେଣ୍ଟିମିଟର ଲମ୍ବର ଏକ ଗୋଲ କୃମୀ ଥିବା ଜଣା ପଡିଥିଲା । ଏହା ଜୀବନ୍ତ ଥିଲା ।

ପରେ ଡାକ୍ତରମାନେ ପ୍ରବାସୀ ଭାରତୀୟ ନ୍ୟୁରୋସର୍ଜନ ହରିପ୍ରିୟା ବାନ୍ଦୀଙ୍କର ପରାମର୍ଶ ଲୋଢିଥିଲେ । ସେ ତାଙ୍କର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ମହିଳା ଜଣଙ୍କ ରହୁଥିବା ଅଞ୍ଚଳ ନଦୀ ଥିବାରେ ସେହି ଅଞ୍ଚଳରେ ଅଜଗର ଥାଆନ୍ତି । ମହିଳା ଜଣଙ୍କ ଘାସରେ ଅଜଗର ମଳ ସମ୍ପର୍କରେ ଆସିବାରୁ ତାଙ୍କୁ ଏହି ପରଜୀବୀ ତାଙ୍କୁ ଶରୀରରେ ପ୍ରବେଶ କରିଥାଇ ପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି । ଏହି ପରଜୀବୀ ଅନ୍ୟ ମଣିଷକୁ ବିଶେଷ ଭାବେ ସଂକ୍ରମିତ କରିବେ ନାହିଁ ବୋଲି ସେମାନେ ମତ ଦେଇଛନ୍ତି ।

Comments are closed.