www.samajalive.in
Tuesday, December 9, 2025
16.1 C
Bhubaneswar

ଅହମ୍ମଦାବାଦରେ ଭାରତୀୟ ବୋଲରଙ୍କ କମାଲ, ପାକିସ୍ତାନ ୧୯୧ରେ ସୀମିତ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲା ଚାଲିଛି। ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୨.୫ ଓଭର ଖେଳି ୧୯୧ ରନରେ ଅଲଆଉଟ ହୋଇଯାଇଛି ଏବଂ ଭାରତକୁ ୧୯୨ ଟାର୍ଗେଟ ଦେଇଛି। ଆଜିର ମ୍ୟାଚରେ ଭାରତୀୟ ବୋଲର କମାଲ ଦେଖାଇଥିବାବେଳେ ପାକିସ୍ତାନକୁ ୧୯୧ରେ ସୀମିତ ରଖିବାରେ ସଫଳ ହୋଇଛନ୍ତି। ଫଳରେ ୪୨.୫ ଓଭର ଖେଳି ୧୯୧ ରନରେ ପାକିସ୍ତାନ ଅଲଆଉଟ ହୋଇଯାଇଛି। ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳି ଏକ ବଡ଼ ସ୍କୋର ଆଡକୁ ଆଗକୁ ଥିବାବେଳେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ କରାଇଥିଲେ। ଫଳରେ ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲା।

ଆଜି ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ। ବାବର ଆଜମ୍ ଓ ମହମ୍ମଦ ରିଜୱାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ ସହ ଭାରତୀୟ ଖେଳାଳିମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ବାବର ୫୦ ରନ ଏବଂ ରିଜୱାନ ୪୯ ରନ କରିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। ଏହା ପରେ ସ୍ଥିତି ବଦଳିଯାଇଥିଲା। ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟିଂ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories