ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ବଳାତ୍କାର ଅଭିଯୋଗରେ ଓ୍ୱାର୍ଡ ବୟ ଗିରଫ

0

ହାଇଦ୍ରାବାଦ: ହାଇଦ୍ରାବାଦରେ  ଓସମାନିଆ ଜେନାରାଲ ହସପିଟାଲ୍‌ରେ ଅତି ଲଜ୍ୟା ଜନକ ଘଟଣା ଘଟିଯାଇଛି । ଜଣେ ମହିଳା ରୋଗୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଓ୍ୱାର୍ଡବୟ ସହ ସେଠାରେ ଉପସ୍ଥିତ ଥିବା ହୋମଗାର୍ଡକୁ ଗିରଫ କରାଯାଇଛି । ହୋମଗାର୍ଡ ଏହି କାମ ପାଇଁ ଓ୍ୱାର୍ଡ ବୟକୁ ସାହାଯ୍ୟ କରିବା ସହ ଘଟଣାକୁ ଚପାଇବା ପାଇଁ ଚେଷ୍ଟା କରିଥିଲା । ନାଗରାଜୁ ନାମର ଓ୍ୱାର୍ଡ ବୟ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ମହିଳା ଜଣଙ୍କ   ଏକ ହଲ୍‌ରେ ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ଓ୍ବାର୍ଡବୟ ଜଣଙ୍କ ତାଙ୍କୁ ପ୍ରଥମ ମହଲାକୁ ନେଇଥିଲା । ଏକ ଅନ୍ଧକାର ସ୍ଥାନରେ ଜବରଦସ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହାର ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply