ଶୁକ୍ରବାର ରାଶିଫଳ (୦୭/୦୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jan 7, 2022 Share ମେଷ : ବିରୋଧୀମାନଙ୍କ ମୁଖ ବନ୍ଦ କରିପାରନ୍ତି। ଧନରତ୍ନ ଲାଭର ସୂଚନା ମିଳୁଛି। ମହାନ୍ ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଉଚ୍ଚାସନରେ ଅସୀନ ହୋଇପାରନ୍ତି। ବୃଷ : ବିବେକାନୁମୋଦିତ କାର୍ଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ। ସତ୍ୟର ପୂଜାରୀ ହେବେ। ନିଃସର୍ଗ ସୁଖର ଅଧିକାରୀ ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ରହିବ। ସମସ୍ତ କଳ୍ମଷ ଦୂର ହେବ। ମିଥୁନ : ଭୋଗପ୍ରିୟ ହୋଇପାରନ୍ତି। ସୁବକ୍ତା ଭାବେ ଖ୍ୟାତି ଅର୍ଜନ ସହ ଶୌର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି। ଉପକାରୀଙ୍କ ନିକଟରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ଓ ବୁଦ୍ଧିମାନ୍ ହେବେ। କର୍କଟ : କୁମିତ୍ରମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। ଯାନ-ବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ନିଷିଦ୍ଧ। ସରକାରୀ ସ୍ତରରୁ କିଛି ଅର୍ଥ ମିଳିପାରେ। ମାନସିକ ଅଶାନ୍ତି ଦୂର ହୋଇପାରେ। ସିଂହ : ବହୁ ସୁମିତ୍ରଙ୍କ ସାନ୍ନିଧ୍ୟ ପାଇବେ। ଶାସ୍ତ୍ରଜ୍ଞ ହେବେ। ଗ୍ରହପୂଜା ମିଳିବ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କନ୍ୟା : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। କର୍ମବୀର ଭାବେ ସୁଖ୍ୟାତି ଅର୍ଜନ କରିବେ। ଋଣଦାତାଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ସୁଖୀ ହେବେ। Related Posts ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ… May 3, 2024 ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଫୋନରୁ ଚୋରି… May 3, 2024 ତୁଳା : ନିଃସର୍ଗ ସୁଖ ଉପଭୋଗ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ ବିସ୍ତାର କରିବେ। ସନ୍ତାନମାନେ ସୁଶୀଳ ଓ ମନୋହର କାନ୍ତିଯୁକ୍ତ ହେବେ। ସେବା ପରାୟଣ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ବିଛା : ଜଣେ ପ୍ରବକ୍ତାଭାବେ ଜନ ସମର୍ଥନ ଲାଭ କରିବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଦେବ ଓ ଗୁରୁଜନ ଭକ୍ତିରେ ଅଟଳ ରହିବେ। ସର୍ବୋଚ୍ଚ ଆସନ ଲାଭ କରିପାରନ୍ତି। ଧନୁ : ନିଜ ରାଜ୍ୟ ବ୍ୟତୀତ ପଡ଼ୋଶୀ ରାଜ୍ୟରେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦୟାଳୁ, ସମ୍ୟକ୍ ତତ୍ତ୍ବଦର୍ଶୀ ହୋଇପାରନ୍ତି। ଦିନଟି ପରମ କଲ୍ୟାଣୀୟ ହେବ। ସ୍ବଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ମକର : ଜନବଲ୍ଲଭଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସଦା ଉଦ୍ୟମୀ ହେବେ। ସାମାଜିକ ସ୍ତରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରନ୍ତି। ତେଜୀୟାନ ହେବେ। ସୁସନ୍ତାନଯୁକ୍ତ ହେବା ଆଶା କରାଯାଏ। କୁମ୍ଭ : ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଅନୁଗତଙ୍କ ପ୍ରାଣାଧିକ ହେବେ। ବୀରକର୍ମା ଓ ଧାର୍ମିକ ହେବେ। ବେଦ ପଥାବଲମ୍ବୀ ହୋଇପାରନ୍ତି। ଦୃଢ଼ବିକ୍ରମ ଯୁକ୍ତ ଓ ସତ୍ୟାନୁରାଗୀ ହେବେ। ମୀନ : ବନ୍ଧୁମାନେ ପାଖରୁ ଅନ୍ତର ହେବାର ସୂଚନା ମିଳୁଛି। ପାପ, ତାପ, ପରିହରକ ହୋଇପାରନ୍ତି। ବିଦ୍ୟା ଅର୍ଜନ ପୂର୍ବକ ଚରିତ୍ରବତ୍ତା ବ୍ରତ ଗ୍ରହଣ କରିବେ। ହାସ୍ୟ ମୁଖରେ ପରକୁ ଆପଣାର କରିପାରନ୍ତି। Horoscope 7th Jan. 22odia news Share FacebookTwitterWhatsApp
Comments are closed.