ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା।  ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ଵରେ ୬ ଜଣିଆ ଟିମ୍ ଚଢାଉ କରି ଲାଞ୍ଚ ଟଙ୍କା ସହ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ଠାକୁରପାଟଣା ଗାଁରେ ଥିବା ଜିତେନ୍ଦ୍ରଙ୍କ ଭଡାଘର ଏବଂ ତାଳସଙ୍ଗା ସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି।

Comments are closed.