www.samajalive.in
Sunday, December 7, 2025
14.1 C
Bhubaneswar

ଚୋରକୁ ଯେତେ ଘାଣ୍ଟିବ ସେ ସେତେ ଚୋରି କରିବ-ବିଭାଗୀୟ ଯନ୍ତ୍ରୀ

ଲଢୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୨୬ନମ୍ବର ଜାତୀୟ ରାଜପଥ ବୋବରିଆ ଛକଠାରୁ ଡେଙ୍ଗାଗୁଡା ଦେଇ ମହିମାକୁ ସଂଯୋଗ କରୁଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାସ୍ତା ନିର୍ମାଣ ବେଳେ ପିଚୁ ଦେବା ପୂର୍ବରୁ ମେଟାଲ୍‌‌ ଉପରେ ଜମାଟ ବାନ୍ଧିଥିବା ମୁରୁମ୍‌‌, ମାଟି ଏବଂ ଧୂଳିକୁ କଂପ୍ରେସର ସାହାଯ୍ୟରେ ଭଲ ଭାବରେ ସଫା କରିବା କଥା। କିନ୍ତୁ ଠିକାଦାର ମେଟାଲ୍‌‌ ଉପରେ ଥିବା ମାଟି ଏବଂ ମୁରୁମ୍‌‌ ଠିକ୍‌‌ ଭାବରେ ସଫା ନକରି ମେସିନ୍‌‌ ସାହାଯ୍ୟରେ ପିଚୁ ଢାଳି କାମ ଆରମ୍ଭ କରୁଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ଗ୍ରାମବାସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କଣ୍ଟ୍ରାକ୍ଟର ଏଗ୍ରିମେଣ୍ଟ କରି କାମ କରୁଛନ୍ତି। ରାସ୍ତା ଖରାପ ହେଲେ ସେ ଦାୟୀ ରହିବେ। ଆମର ଡବ୍ଲୁଏମ ଏମ ମାଲ ପକାଇ ରାସ୍ତା ନିର୍ମାଣ ହେଉଛି ଯେତେ ସଫା କଲେ ବି ଡଷ୍ଟ ବାହାରିବ ।

ଏହାସହ ରାସ୍ତାର ଏଷ୍ଟିମେଟ କେତେ ପଚାରିବାରୁ ମୋର ମନେନାହିଁ ବୋଲି କହିଛନ୍ତି। ସଂପୃକ୍ତ ଯନ୍ତ୍ରୀଙ୍କ ସହ ବିଭାଗୀୟ ଏସଡିଓ ରାସ୍ତା ତଦାରଖ କରୁଥିଲେ ସୁଦ୍ଧା ରାସ୍ତା ନିର୍ମାଣ ଅଟକଳ ପରିମାଣର ମୂଲ୍ୟ ଜାଣିନାହାଁନ୍ତି। ଯନ୍ତ୍ରୀ ଉଦାହରଣ ଦେଇ କହିଥିଲେ ଯେ ଚୋରକୁ ଯେତେ ଘାଣ୍ଟିବ ସେ ସେତେ ଚୋରି କରିବ। ଯନ୍ତ୍ରୀ ଏଠାରେ ଚୋର କାହାକୁ କହୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଅନେକ ଗୁଡ଼ିଏ ରାସ୍ତା ନିମ୍ନମାନର ହେଉଥିବା ଓ ବିଭାଗ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଠିକାଦାର ଓ ବିଭାଗ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ଅସଲ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜିବୀମାନେ ଦାବି କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories