www.samajalive.in
Saturday, December 6, 2025
14.1 C
Bhubaneswar

ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ପରେ ଏବେ ଚାଉଳଠୁ ହଳଦୀ ସବୁର ହେବ ନମୁନା ପରୀକ୍ଷା….

ନୂଆଦିଲ୍ଲୀ: ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ହେବା ପରେ ଏଫଏସଏସଏଆଇ ଘରୋଇ ବଜାରରେ ବିକ୍ରି ହେଉଥିବା ଚାଉଳ , ଦୁଗ୍ଧଜାତ ଦ୍ରବ୍ୟ ଏବଂ ମସଲା ଆଦି ସମାଗ୍ରୀ ପରୀକ୍ଷା କରିବାକୁ ଯୋଜନା କରିଛି। ଏପରିକି ଫଳ, ପନିପରିବା ଏବଂ ମାଛ, ମାଂସ ଉପରେ ମଧ୍ୟ ନଜର ରଖାଯାଇଛି। ସୂଚନା ଅନୁସାରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ମସଲା, ଜଡିବୁଟି ଏବଂ ଦୁଗ୍ଧଜାତୀୟ ଖାଦ୍ୟ ସାମଗ୍ରୀର ଯାଞ୍ଚ କରିବ। ସିଙ୍ଗାପୁର ଏବଂ ହଂଗକଙ୍ଗ ର ଗୁଣାବତ୍ତା ସମ୍ବନ୍ଧୀ ଚିନ୍ତାଧାରାକୁ ଦେଖି ଏଫଏସଏସଏଆଇ ପୂର୍ବରୁ ହିଁ ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ସମେତ ସମସ୍ତ ବ୍ରାଣ୍ଡରୁ ମସଲାର ନମୁନା ନେଉଛି। ସମସ୍ତ ମସଲାର ନମୁନାଗୁଡିକ ଏଫଏସଏସଏଆଇର ମାନଦଣ୍ଡକୁ ପୂରଣ କରୁଛି କି ନାହିଁ , ତାହା ଯାଞ୍ଚ କରିବାକୁ ନିଆଯାଉଛି।  ଗତ ସପ୍ତାହରେ, ଏଫଏସଏସଏଆଇ କହିଥିଲେ ଯେ ନେସଲେର ସେରେଲାକ୍ସର ନମୁନା ସଂଗ୍ରହ ପ୍ରକ୍ରିୟାରେ ଅଛି ।  ଉତ୍ପାଦରେ କମ୍ପାନୀ ଅତ୍ୟଧିକ ଚିନି ବ୍ୟବହାର କରୁଥିବା ଦାବି ହେଉଛି।  ତେବେ ମିଳିଥିବା ସୂଚନା ଅନୁସାରେ ୨୦୨୦-୨୧ରେ ୧ ଲକ୍ଷ ୭ ହଜାର ୮୨୯ ନମୁନା ପରୀକ୍ଷା ହୋଇଥିବାବେଳେ ୨୦୨୩-୨୪ ମଧ୍ୟରେ ୪ ଲକ୍ଷ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଏହି ଆଧାରରେ, ତିନି ଗୁଣ ଅଧିକ ନମୁନା ନିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories