ବାଉଁଶୁଣି : ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ବେତ୍ରାସାହିକୁ ମେଗାଜଳ ପ୍ରକଳ୍ପ ପାଇପ ସଂଯୋଗ କରାଯାଇଛି। ସଂଯୋଗୀ କରଣ କରାଯାଇଥିବା ପାଇପରୁ ହିତାଧିକାରୀଙ୍କ ପାଖକୁ ଭଲ ଭାବରେ ପାଣି ପହଞ୍ଚି ପାରୁନି। ଯେଉଁ ପାଣିସାହିକୁ ଆସୁଛି କେତେକ ହିତାଧିକାରୀଙ୍କ ପାଖକୁ ଆସୁଥିବା ବେଳେ ଆଉ କେତେକ ପାଣି ପାଇଁ ହାହାକାର ହେଉଛନ୍ତି । ଗ୍ରୀଷ୍ମ ପ୍ରବାହ ଟାଣ ଖରାରେ ଏହି ସାହିକୁ ପାଣି ନାହିଁ। ଏ ସାହିରେ ଗୋଟିଏ ନଳକୂପ ନଥିବା ବେଳେ ପାଣି ପାଇଁ ସାହାଭରସା ଅନ୍ୟ ପାଖ ପଡିଶା ବାରିପଟ କୂଅ ଉପରେ। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
Popular Categories



