ମଙ୍ଗଳବାର ରାଶିଫଳ (୦୧/୦୨/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Feb 1, 2022 Share ମେଷ : ସେବାକର୍ମରତ, ବିନୀତ, ସତ୍ୟଯୁକ୍ତ, ସ୍ତ୍ରୀପୁତ୍ର ପ୍ରୀତିଯୁକ୍ତ ହେବେ। ଅଶ୍ବିନୀ ନକ୍ଷତ୍ରଜାତ ବ୍ୟକ୍ତି, ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଚପଳମତି ହେବେ। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳଯୁକ୍ତ ହେବେ। ବୃଷ : ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ବୀରତ୍ବ ପ୍ରକାଶ କରିବେ। ବିନୀତ ସ୍ବଭାବ, ଭୋଗୀ, ସୁଖୀ, ରାଜସେବକ, ଉତ୍ତମ ବୃତ୍ତିଧାରୀ ହେବେ। ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ। କୃତ୍ତିକାର ସାମାନ୍ୟ ଫଳ। ମିଥୁନ : ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ। କର୍କଟ : ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପତ୍ନୀ ମନୋହାରିଣୀ, ସୌଭାଗ୍ୟଯୁକ୍ତା, କଳଙ୍କ ରହିତା ସଂଯତା ହେବେ। ସେବା ମନୋଭାବର ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଶ୍ଲେଷା ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ। ସିଂହ : ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଋଣମୁକ୍ତ ହେବାର ସୂଚନା ମିଳୁଛି। ପତ୍ନୀଙ୍କ ଧନରେ ସୁଖୀ ହେବେ। ପୂର୍ବା ଫାଲ୍ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ। କନ୍ୟା : ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ତେଜୀୟାନ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ହସ୍ତା ନକ୍ଷତ୍ରର ସାମାନ୍ୟ ଫଳ। Related Posts ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ… May 3, 2024 ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଫୋନରୁ ଚୋରି… May 3, 2024 ତୁଳା : ସ୍ବାତୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପଟୁ ହେବେ। ଧନ ସହିତ ଯାନବାହନ ସୁଖ ମିଳିବ। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ। ବିଛା : ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଜନସାଧାରଣ ଓ ସରକାରଙ୍କ କୃପାପାତ୍ର ହେବେ। ବହୁ ମିତ୍ରଙ୍କ ସହାୟତା ପାଇବେ। ସୁସ୍ଥ ଓ ନିରାମୟ ରହିବେ। ନିର୍ଭୟରେ କାର୍ଯ୍ୟ କରିବେ। ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଶୁଭ। ଧନୁ : ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ। ମକର : ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ବନ୍ଧୁ, ସରକାରଙ୍କ ଦ୍ବାରା ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଚିନ୍ତାଧାରା ଉତ୍ତମ ମାନର ହେବ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ। କୁମ୍ଭ : ଶତଭିଷା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କ୍ଷମାସାଗର ହେବେ। ବିଜ୍ଞ ବ୍ୟକ୍ତି ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ସୁବକ୍ତା ହୋଇପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ। ମୀନ : ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ। ବହୁ ପ୍ରକାରର ଲାଭ ପ୍ରାପ୍ତ ହେବେ। ମିତ୍ରଠାରୁ, ସରକାରୀ ସୂତ୍ରରୁ ଧନପ୍ରାପ୍ତ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସ୍ବଳ୍ପ ଶୁଭଫଳ। Horoscope 1st Feb 2022odia news Share FacebookTwitterWhatsApp
Comments are closed.