BJD Bijuli 480×75 Mob

ସୋମବାର ରାଶିଫଳ (୧୫.୦୫.୨୦୨୩)

BJD Bijuli 480×75 Mob

ମେଷ : ମୌନାବତାରରେ କୃଚ୍ଛ୍ର ସାଧନା କରି ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ରାଜଯୋଗ ଅଛି। ଧାର୍ମିକ ବ୍ୟକ୍ତିଭାବେ ପୂଜ୍ୟପୂଜାର ବ୍ୟକ୍ତିତ୍ବସମ୍ପନ୍ନ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ବହୁ ଅସମାହିତ ସମସ୍ୟାର ସୁସମାହିତ କରିପାରନ୍ତି। ନିଃସ୍ବାର୍ଥପର ସେବା ପରିବର୍ତ୍ତେ ବୃତ୍ତିଧାରୀ ସେବାର ପରିଚାଳନା ଦକ୍ଷତା ପ୍ରତିପାଦନ କରି ଲୋକପ୍ରିୟ ହେବେ।

ମିଥୁନ : ଉପନିଷଦର ଜ୍ଞେୟ, ହେୟ, ଉପାଦେୟ ମଧ୍ୟରୁ ହେୟକୁ ତ୍ୟାଗ ଓ ଉପାଦେୟକୁ ଗ୍ରହଣ କରି କର୍ମତତ୍ପର ହେବେ। ପାରିବାରିକ କ୍ଷେତ୍ରରେ ପରସ୍ପର ସ୍ନେହ, ପ୍ରେମ ରହିଲେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି।

କର୍କଟ : ସ୍ବଅର୍ଜିତ କର୍ମ ବଳରେ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନକୁ ରସଯୁକ୍ତ, ମଧୁମୟ କରିପାରନ୍ତି। ନିଜ ପାଇଁ କଠୋର ଓ ଅନ୍ୟପାଇଁ ସହାନୁଭୂତିଶୀଳ ହେବେ।

ସିଂହ : ପ୍ରତିକୂଳତାକୁ ଭୟ ନକରି ଅନୁକୂଳତାକୁ ସର୍ବସ୍ବ ବୋଲି ମାନିନେଲେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ଲାଭ କରିବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ।

କନ୍ୟା : ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ବିନମ୍ରତା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ନିଜେ ସଳିତା ଭଳି ଜଳି ଅନ୍ୟକୁ ଆଲୋକ ଦାନ କରିବେ।

ତୁଳା : ସଂକଳ୍ପବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭ୍ରାତୃପ୍ରେମରେ ଅନୁବନ୍ଧିତ ହୋଇପାରନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ବୃତ୍ତିଧାରୀ ସେବା କ୍ଷେତ୍ରରେ ଜନସାଧାରଣଙ୍କ ପ୍ରିୟ ହେବେ।

ବିଛା : କର୍ମଚଞ୍ଚଳ ରହିବେ। ଦୈବୀଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। କର୍ତ୍ତବ୍ୟ ପରାୟଣତା ଧନାଗମର ଶୁଦ୍ଧମାର୍ଗ ହୋଇପାରେ। ମନରେ ଧ୍ୟାନର ଦୀପ ଜଳାଇ ନିଜର ଓ ସହଯୋଗୀଙ୍କ ଆଦର୍ଶ ହେବେ।

ଧନୁ : ପରିବର୍ତ୍ତନର ଶୁଭାରମ୍ଭ ନିଜଠାରୁ କରିବାକୁ ପଡ଼ିବ। ଜୀବନ ଶୋଧନର ରାଜମାର୍ଗ, ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହେବେ। ଚେତନାର ଉଳ ପ୍ରଦୀପ ହେବେ।

ମକର : ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ। ବିନା ଚେଷ୍ଟାରେ ଧନାଗମର ସୂଚନା ମିଳୁଛି।

କୁମ୍ଭ : ଜ୍ଞାନାମୃତ ବିତରଣ କରିପାରନ୍ତି। ବୁଦ୍ଧିମାନ୍‌ ଓ ବିବେକୀଭାବେ ଅନ୍ୟର ଅବିଗୁଣଙ୍କୁ ସୁଧାରିବାକୁ ଚେଷ୍ଟା କରିବେ। ପ୍ରତିଆହ୍ବାନ୍‌ଗୁଡ଼ିକୁ ଉତ୍କର୍ଷର ସୋପାନ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଧନାଗମର ସୂଚନା ମିଳୁଛି।

ମୀନ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। କାମନା ଭଳି ଅଦମନୀୟ ଅଗ୍ନିଶିଖାକୁ ଚନ୍ଦନ-ଶୀତଳା ପତ୍ନୀଙ୍କ ସାହଚର୍ଯ୍ୟ ନିର୍ବାପିତ କରିପାରେ। ଗୁଣଜ୍ଞ ହେବେ।

Comments are closed.