ଶନିବାର ରାଶିଫଳ (୧୫.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 15, 2023 Share ମେଷ : ପରିବାରରୂପି ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ବାଣିଜ୍ୟ କାରବାର ଧନ ଅର୍ଜନର ଉତ୍ତମ ପନ୍ଥା ହେବ। ବିଦ୍ୟାବାନ୍ ହେବେ। ଗୁଣଜ୍ଞ ହେବେ। ଚତୁର ଓ ଧାର୍ମିକ ହେବେ। ବୃଷ : ଭୟ, ଦୟା, ଧନ ଲୋଭ, କ୍ଷମତା ଓ କାମନାରେ ପଡ଼ି ମଧ୍ୟ ଆପଣ କେବେ କ୍ଷାତ୍ର ଧର୍ମ ପରିତ୍ୟାଗ କରିପାରିବେ ନାହିଁ। ଈଶ୍ବର ବିଶ୍ବାସୀ ହେବେ। ସମାଜସେବାରେ ନିଜକୁ ଉତ୍ସର୍ଗ କରିବେ। ମିଥୁନ : ସାମାନ୍ୟ ଅସୁସ୍ଥତା ଥାଇ ମଧ୍ୟ କର୍ମଚଞ୍ଚଳ ରହିବେ। ଆଜି ଦିନରେ ସତର୍କତା ସହ ଚଳିବାକୁ ପଡ଼ିବ। ଚେତନାର ଉଳ ପ୍ରଦୀପକୁ ଜାଗ୍ରତ ରଖିବେ। ଜ୍ଞାନୀ, ବନ୍ଧୁବତ୍ସଳ ଓ ପରୋପକାରୀ ହେବେ। କର୍କଟ : ସେବା ଭାବନାରେ ଉଦ୍ବୁଦ୍ଧ ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ସିଂହ : ଭ୍ରାତୃ ସ୍ନେହ ଓ ମୈତ୍ରୀ ଭାବନା ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରିପାରେ। ଶତ୍ରୁତା, ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ହାର୍ ମାନିବ। ବହନ କରୁଥିବା ବିରାଟ ଦାୟିତ୍ବର ସୁପରିଚାଳନା କରିବେ। କନ୍ୟା : ମହତରୁ ମହୀୟାନ୍ ବିବେକ, ବୁଦ୍ଧି ଓ ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। ପ୍ରକୃତି ଭିତରେ ଈଶ୍ବରଙ୍କ ସତ୍ତା ଖୋଜି ପାଇପାରନ୍ତି। ପତ୍ନୀଙ୍କ ମନସ୍କାମନା ପୂରଣ କରି ଆତ୍ମସନ୍ତୋଷ ଲାଭ କରିବେ। Related Posts ଓଡ଼ିଆ ଲେଖିପଢି ଜାଣି ନ ଥିବା ସରପଞ୍ଚ ଲକ୍ଷ୍ମୀ… Jan 10, 2025 ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା Jan 10, 2025 ତୁଳା : ଭକ୍ତ ହୋଇଥିଲେ ଭକ୍ତିର ଶକ୍ତିଙ୍କୁ ଆବାହନ କରିବାକୁ ପଡ଼ିବ। ଆହ୍ବାନଗୁଡ଼ିକୁ ଉତ୍କର୍ଷର ସୋପାନ କରିପାରନ୍ତି। ପରିଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଜ୍ଞାନୀ ଓ ଯଶସ୍ବୀ ହେବେ। ବିଛା : ସୀମାହୀନର ସୀମା ଓ ଅସ୍ତିତ୍ବହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ଓ ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସକ୍ଷମ ହେବେ। ଧନୁ : ଆଶା ନ ରଖି ଯେଉଁ ଦାନ କରାଯାଏ, ତାହା ପ୍ରକୃତ ସ୍ବାତ୍ତିକ ଦାନ। ଆହାର ପୋଷକ ଓ ସନ୍ତୁଳିତ ହେବା ଉଚିତ। ମନର ଆବେଗକୁ ସମର୍ପି ଦେଇପାରିଲେ ବୈପ୍ଳବିକ ବିବର୍ତ୍ତନ ଦେଖାଦେଇ ପାରେ। ମକର : ବିନାଶକାରୀ ଅହଂଭାବକୁ ବିସର୍ଜନ କରି ପରୋପକାରାୟ, ସ୍ବର୍ଗାୟ ନୀତିକୁ ଗ୍ରହଣ କରି ଆଚରଣ ଶୁଦ୍ଧି କରନ୍ତୁ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ କରି ମହାନତାର ନିଦର୍ଶନ ହେବେ। କୁମ୍ଭ : ସ୍ବୟଂସିଦ୍ଧ ହୋଇପାରନ୍ତି। ଜ୍ଞାନର ଅବତରଣ କରାଇପାରିଲେ ଶାଶ୍ବତ ଶାନ୍ତିର ସ୍ପର୍ଶ ପାଇବେ। ଦମ୍ଭ, ଗର୍ବ, ଅଭିମାନ, କ୍ରୋଧ, କଠୋରତା, ଜ୍ଞାନହୀନତା ଭଳି ଆସୁରାସମ୍ପଦଠାରୁ ଦୂରେଇ ରହିବେ। ମୀନ : ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ସହିତ ନୋଟ୍ର ଉପଲବ୍ଧି ହେଉଛି। ସବୁଠାରୁ ଶ୍ରେଷ୍ଠ ସୁଖ; ଯାହା ଆପଣ ଭୋଗ କରୁଛନ୍ତି। ଧାର୍ମିକ ଚିନ୍ତନରେ ସାମାଜିକ ଏକତା ସମ୍ଭବ ହେବ। ବ୍ୟବସାୟ ଲାଭଦାୟକ ହେବ। Share FacebookTwitterWhatsApp
Comments are closed.