ଶନିବାର ରାଶିଫଳ (୧୨.୦୮.୨୦୨୩)

ମେଷ : ଉଚ୍ଚାସନ ଲାଭ କରିପାରନ୍ତି। ଜଣେ ଶିକ୍ଷାବିତ୍‌ଭାବେ ସର୍ବତ୍ର ଆଦୃତ ହେବେ। ବୈଦେଶିକ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍‌ ହେବେ। ନୀତିନି​‌ଷ୍ଠ ଓ ପ୍ରଜ୍ଞାଶୀଳ ହେବେ। ସୁଖ ଲାଭ କରିବେ।

ବୃଷ : ରାଜନୀତିଜ୍ଞ ହେବା ସହିତ କୂଟନୀତିଜ୍ଞ ହୋଇପାରନ୍ତି। ଶ୍ବଶୁର ଘର ତରଫରୁ କିଛି ଧନ ପାଇପାରନ୍ତି। ଧାର୍ମିକ ସ୍ଥାନକୁ ଯାତ୍ରାର ସୁଯୋଗ ଅଛି। ପତ୍ନୀ ଅନେକ ସମସ୍ୟାରୁ ଆପଣଙ୍କୁ ରକ୍ଷା କରିବେ।

ମିଥୁନ : ଯଶସ୍ବୀ ହେବେ। ଧୈର୍ଯ୍ୟଶୀଳ ହୋଇପାରନ୍ତି। ପତ୍ନୀ ଗୃହ କର୍ମ ନିପୁଣା ହେବେ। ଧର୍ମ କାର୍ଯ୍ୟ କରିପାରନ୍ତି। ଦିନଟିି ସୁଖସମୃଦ୍ଧିପୂର୍ଣ୍ଣ ହେବ। ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କର୍କଟ : ପରୋପକାରୀ ହେବେ। ଶତ୍ରୁ ନାଶକ ହୋଇପାରନ୍ତି। କୌଣସି ଏକ ନୂତନ ବିଷୟରେ ଅନୁସନ୍ଧାନକାରୀ ହେବେ। ଭୂତତ୍ତ୍ବ ଓ ଖଣି ବିଭାଗରେ ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହୋଇପାରନ୍ତି।

ସିଂହ : ବିବାହ ବିଳମ୍ବ ହେଲେ ବି ପତ୍ନୀ ସେବା ମନୋଭାବର ଓ ଆଜ୍ଞାକାରିଣୀ ହେବେ। ଦିନଟି ସୁଖମୟ ହେବ। ସରକାରଙ୍କଠାରୁ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଆଚରଣଯୁକ୍ତ ଓ ଶତ୍ରୁ ବିଜୟୀ ହେବେ।

କନ୍ୟା : ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବେ। ଆଇନ ପରାମର୍ଶଦାତା ହେବେ। ଧନବାନ୍‌, ପୁଣ୍ୟାତ୍ମା ଓ ଈଶ୍ବର ବିଶ୍ବାସୀ ହେବେ। ଧର୍ମ ବଳରେ ବଳୀୟାନ୍‌ ହେବେ। ପତ୍ନୀ ଭାଗ୍ୟବତୀ ହେବେ।

prayash

ତୁଳା : ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଗମ୍ଭୀର ପ୍ରକୃତିଯୁକ୍ତ ହୋଇପାରନ୍ତି। ଦେବୀଭକ୍ତ ଓ ଉତ୍ତମ ଲେଖକ ହେବେ। ସ୍ବାଭିମାନୀ ହେବେ। ପରିବାରର ମୁରବି ହେବେ।

ବିଛା : ପିତୃମାତୃ ଭକ୍ତ ହୋଇପାରନ୍ତି। ଚାଲିଚଳନରେ ଖାନ୍‌ଦାନ୍‌ ଲକ୍ଷଣ ସୂଚିତ ହେବ। ଲାଭକାରୀ ବ୍ୟବସାୟୀ ହୋଇପାରନ୍ତି। ରଜୋଗୁଣୀ ଓ ଚତୁର ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି।

ଧନୁ : ଧନୀ ହେବେ। ଆୟୁଷ୍ମାନ୍‌ ହେବେ। ମାଲିମୋକଦ୍ଦମା କିମ୍ବା ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ। ଆତ୍ମ ଜ୍ଞାନ ଶକ୍ତିସମ୍ପନ୍ନ ହେବେ।

ମକର : ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। କଠିନ ପରିଶ୍ରମୀ ଓ ଗୁରୁଭକ୍ତ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ, ନ୍ୟାୟବାନ୍‌ ହେବେ। ଧର୍ମବିଶ୍ବାସୀ ହେବେ।

କୁମ୍ଭ : ଧନବାନ୍‌ ଓ ଶାନ୍ତିପ୍ରିୟ ହେବେ। ସମାଲୋଚକ ହୋଇପାରନ୍ତି। ଧନ ଅର୍ଜନ ପାଇଁ କଠିନ ପରିଶ୍ରମ କରିବେ। ସନ୍ମାର୍ଗୀ ହେବେ। ଅନ୍ୟାୟ, ଅନୀତିର ପ୍ରତିରୋଧକାରୀ ହୋଇପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ।

ମୀନ : ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଭାଇ, ମାତା, ପତ୍ନୀ, ଭଗ୍ନୀ ପ୍ରମୁଖ ବିଭିନ୍ନ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି। ଗୁପ୍ତ ବିଦ୍ୟାରେ ଜ୍ଞାନୀ ହେବେ। ପତ୍ନୀ ରୂପବତୀ ଓ ଭାଗ୍ୟବତୀ ହୋଇପାରନ୍ତି।

Comments are closed.