ପୁରୁଷଙ୍କ ପାଇଁ ଆସିବ ଜନ୍ମ ନିୟନ୍ତ୍ରଣ ବଟିକା

0

ୱାଶିଂଟନ : ଖୁବଶୀଘ୍ର ପୁରୁଷଙ୍କ ପାଇଁ ଗର୍ଭ ନିରାଧ ବା ଜନ୍ମ ନିୟନ୍ତ୍ରଣ ବଟିକା ବଜାରକୁ ଆସିବ। ଦିନକୁ ଗୋଟିଏ ବଟିକା ଖାଇ ଗର୍ଭ ନିରୋଧ କରାଯାଇପାରିବ। ଏହି ବଟିକା ୨୪ ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ଏହି ବଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଏହି ବଟିକାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ଆଉ କିଛି ପରୀକ୍ଷା ନିରୀକ୍ଷା ପରେ ଏହା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହି ବଟିକା ସ୍ପର୍ମ ବା ବୀର୍ଯ୍ୟରେ ଟେଷ୍ଟୋଷ୍ଟେରେନ ହର୍ମନର ଉତ୍ପତିକୁ ନିୟନ୍ତ୍ରଣ କରିବ। ବଟିକା ଖାଇବା ପରେ ଅତି କମ ପରିମାଣର ସ୍ପର୍ମ ବା ବୀର୍ଯ୍ୟ ସୃଷ୍ଟି ହେବା ସହ ଟେଷ୍ଟୋଷ୍ଟେରେନ ଅଭାବ ରହିବ ଓ ଏହା ଗର୍ଭଧାରଣ ଉପଯୋଗୀ ହେବ ନାହିଁ।
ପୁରୁଷଙ୍କ ପାଇଁ ଜନ୍ମ ନିୟନ୍ତ୍ରଣ ଔଷଧ ତିଆରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୱାଶିଂଟନ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଷ୍ଟିଫେଲି ପେଜ କହିଛନ୍ତି ଯେ କିଛି ବର୍ଷ ଧରି ଆମେ କଣ୍ଡୋମ ବା ନିରୋଧର ବିକଳ୍ପ ଖୋଜୁଥିଲୁ। ଏଥିପାଇଁ ପ୍ରଥମେ ବହୁ କଣ୍ଟ୍ରାସେପ୍ଟିଭ ପିଲ, ଇଂଜେକ୍ସନ ଓ ଜେଲକୁ ନେଇ ପରୀକ୍ଷା କରାଯାଇଥିଲା। କିନ୍ତୁ ନିରୋଧର କୌଣସି ବିକଳ୍ପ ମିଳିନଥିଲା। ଗର୍ଭ ନିରୋଧ ବଟିକା କେବଳ ମହିଳାଙ୍କ ପାଇଁ ଉପଲବ୍ଧ ଅଛି। ଫଳରେ ଏହି ବଟିକା ପାଇଁ ପୁରୁଷ ବର୍ଗ ଭଳି ଏକ ସମ୍ଭାବ୍ୟ ଗ୍ରାହକ ସୃଷ୍ଟି କରିପାରୁନଥିଲୁ। ଏଥିପାଇଁ ଆମେ ସ୍ୱତନ୍ତ୍ର ଭାବେ ଔଷଧ ତିଆରି ଉପରେ ଗୁରୁତ୍ୱ ଦେଇଥିଲୁ। ବଟିକା ପ୍ରସ୍ତୁତ ହେବା ପରେ ୪୦ ଜଣ ସୁସ୍ଥ ପୁରୁଷଙ୍କୁ ନେଇ ଏହାର ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକଙ୍କୁ ୨୮ ଦିନ ଯାଏଁ ଗୋଟିଏ ଲେଖାଏଁ ବଟିକା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ପ୍ଲାସିବୋ ବଟିକା ଓ ଅନ୍ୟମାନଙ୍କୁ ୧୧-ବିଟା ଏନ୍‍ଏନ୍‍ଟିଡିସିର ୨୦୦ ଗ୍ରାମ ଓ ୪୦୦ ଗ୍ରାମର ବଟିକା ଦିଆଯାଇଥିଲା। ଏହି ବଟିକାରେ କିଛି ପରିମାରର ପ୍ରୋଜେଷ୍ଟରନ ଥିଲା ଓ ଏହା ପୁରୁଷଙ୍କ ବୀର୍ଯ୍ୟରେ ଏଲଏଚ ଏବଂ ଏଫଏସଏଚ୍‍ ହର୍ମନ ତିଆରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିଲା। ଫଳରେ ଏହି ବଟିକା ଖାଇବା ପରେ ପ୍ରସ୍ତୁତ ହେଉଥିବା ବୀର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଜନ୍ମ ଉପଯୋଗୀ ହୋଇନଥିଲା। ତେବେ ଏହା ପୁରୁଷଙ୍କ ସମ୍ଭୋଗ ଶକ୍ତିରେ କୌଣସି ନକରାତ୍ମକ ପ୍ରଭାବ ପକାଇନଥିଲା। ଆଉ କିଛି ପରୀକ୍ଷା ପରେ ଏହାକୁ ବଜାରକୁ ଛଡ଼ାଯିବ ବୋଲି କୁହାଯାଇଛି।

Leave A Reply