www.samajalive.in
Tuesday, December 9, 2025
26.1 C
Bhubaneswar

ଦୁର୍ଘଟଣାରେ ଗୁରୁତର ଗୃହରକ୍ଷୀଙ୍କ ଚିକିତ୍ସାରେ ଅର୍ଥାଭାବ; ସରକାରୀ ସହାୟତା ଲୋଡିଲା ପରିବାର 

ନବରଙ୍ଗପୁର: ସରକାରଙ୍କ ପାଇଁ ସ୍ୱଳ୍ପ ବେତନରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ପ୍ରଶାସନର ତତ୍ପରତା ନ ଥିବା ବେଳେ ଅନେକ ସମୟରେ ତଳ ସ୍ତରୀୟ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ହେବାରେ ଲାଗିଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଅର୍ଥାଭାବ ଯୋଗୁ ଗୁରୁତର ଭାବେ ଆହତ ହୋଇଥିବା ଜଣେ ଗୃହରକ୍ଷୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି।

ଗତ ନଭେମ୍ବର ମାସ ୧୫ ତାରିଖ ଅପରାହ୍ନ ୨ଟା ସମୟରେ ଝରିଗାଁ ପୋଲିସ ଥାନାର କାର୍ୟ୍ୟରତ ଗୃହରକ୍ଷୀ ପ୍ରଦୀପ କୁମାର ରଥ କାର୍ୟ୍ୟ ଶେଷ କରି ନିଜ ବାଇକରେ ଉମରକୋଟ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଦୁଇ ଜଣ ବ୍ୟକ୍ତି ପ୍ରବଳ ନିଶାସକ୍ତ ଅବସ୍ଥାରେ ବାଇକରେ ଆସି ହୋମଗାର୍ଡ ରଥଙ୍କୁ ଧକ୍କା ମାରିଥିଲେ। ଏହାପରେ ହୋମଗାର୍ଡ ଜଣକ ବହୁ ଦୂରକୁ ଛିଟିକି ପଡ଼ି କ୍ଷତ ବିକ୍ଷତ ହେବା ସହ ତାଙ୍କ ଗୋଡ ଓ ହାତରେ ଆଘାତ ଲାଗିଥିଲା। ଏହି ଖବର ଶୁଣି ନିକଟସ୍ଥ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଓ ତାଙ୍କ କିଛି ସହଯୋଗୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତିନି ଜଣ ଆହତଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତିନି ଆହତଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରା ଯାଇଥିଲା କିନ୍ତୁ ଗାର୍ଡ ରଥଙ୍କ ଗୋଡ଼ରେ ବହୁତ ଆଘାତ ଲାଗି ପାଦ ଓ ହାତ ପାପୁଲି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଯୋଗୁଁ ତାଙ୍କୁ ଡାକ୍ତର ଶୀଘ୍ର କୋରାପୁଟ ସ୍ଥିତ ସରକାରୀ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଗାର୍ଡ ରଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣା ସ୍ଥିତ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବିଶାଖାପାଟଣାରେ ଗାର୍ଡଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଅଭାବ ଦେଖାଦେଇଥିବାରୁ ତାଙ୍କ ଚିକିତ୍ସାରେ ବିଳମ୍ବ ହେଉଥିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ତେଣୁ ପରିବାର ଲୋକେ ପ୍ରଶାସନକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories