www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବବ୍ୟାପୀ ହୃତସ୍ପନ୍ଦନ : ଆଜି ହକି ବିଶ୍ବକପ ଉଦଘାଟନୀ ଉତ୍ସବ

ଭୁବନେଶ୍ବର : ହକି ବିଶ୍ବକପ ନିମନ୍ତେ ରାଜଧାନୀ ଭୁବନେଶ୍ବର ନୂଆବୋହୂ ପରି ସଜେଇ ହୋଇ ସାରିଛି। ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଏହି ଉଦଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ସଙ୍ଗୀତ ନିର୍ଦେଶକ ଏ.ଆର୍.ରେହମାନ ଯୋଗ ଦେବେ। ଏ.ଆର୍.ରେହମାନ ଲାଇଭ ଶୋରେ ହକି ବିଶ୍ବକପର ଉଦଘାଟନୀ ସଙ୍ଗୀତ ‘ଜୟହିନ୍ଦ୍ ଇଣ୍ଡିଆ’ ପରିବେଷଣ କରିବେ। ଦେଶବିଦେଶରୁ ପ୍ରାୟ ୧୮୦୦ କଳାକାର ନୃତ୍ୟ ପ୍ରଦର୍ଶନ କରିବେ। ଉଦଘାଟନୀ ମଞ୍ଚରେ ଭାରତର ସମସ୍ତ ପ୍ରାନ୍ତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଝଲକ ଦେଖିବାକୁ ମିଳିବ।

ହକି ବିଶ୍ବକପ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ, ଟ୍ରାଫିକ, ପାର୍କିଂ ଏବଂ ସହରର ଆଭ୍ୟନ୍ତରୀଣ ଅଞ୍ଚଳର ନିରାପତ୍ତା ବ୍ୟବସ୍ଥା କମିଶନରେଟ ପୁଲିସର ପ୍ରତ୍ୟକ୍ଷ ପରିଚାଳନା ରହିଛି। ଆଜିର ଉଦଘାଟନୀ କାର୍ଯ୍ୟ ପାଇଁ ୭୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୂଜା ପଡିଆ, ଶାସ୍ତ୍ରୀ ନଗର, ନିକୋ ପାର୍କ ରୋଡ, ଓଲ୍ଡ ଏଜି କଲୋନୀ, ଇଡକଲ ଗ୍ରାଉଣ୍ଡ ସମେତ କଳିଙ୍ଗ ଷ୍ଟାଡିୟମର ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜନତା ମୈଦାନରୁ କଳିଙ୍ଗ ଷ୍ଟାଡିୟମକୁ ଦର୍ଶକଙ୍କ ଯିବା ଆସିବା ଲାଗି ସ୍ୱତନ୍ତ୍ର ଭାବେ ୧୫ଟି ବସ୍ ଚଳାଚଳ କରାଯିବାର ବ୍ୟବସ୍ଥା କରାଯାଇଛି।

- Advertisement -

ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାସହ ସାରା ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ମିନିଟରୁ ବନ୍ଦ ରହିବ। ନଭେମ୍ବର ୨୮ତାରିଖ ଦିନ କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ହେବ। ସେଥିପାଇଁ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ମିନିଟରୁ ବନ୍ଦ ରହିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories