ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫: ଖେଳାଳି ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଆନୁକୂଲ୍ୟରେ ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ଚଳିତ ବର୍ଷ ଡିସେମ୍ବରରୁ ୨୦୨୫ ଫେବୃଆରୀ ମଧ୍ୟରେ ଖେଳାଯିବ। ୮ ବର୍ଷ ପରେ ଫେରିବାକୁ ଥିବା ଉକ୍ତ ହକି ଲିଗ୍‌ ଲିଗ୍‌ର ପୁରୁଷ ବିଭାଗରେ ୮ ଓ ମହିଳା ବିଭାଗରେ ୬ଟି ଦଳ ଅଂଶଗ୍ରହଣ କରିବେ।ଏଥିପାଇଁ ଖେଳାଳି ନାମ ପଞ୍ଜୀକରଣ ପ୍ରକ୍ରିୟା ହକି ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଛି। ନାମ ପଞ୍ଜୀକରଣର ଶେଷ ସମୟ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିଛି।

ପୂର୍ବରୁ ପୁରୁଷ ବର୍ଗରେ ହକି ଇଣ୍ଡିଆ ଲିଗ୍‌ ଆୟୋଜିତ ହେଉଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ବର୍ଗରେ ଉକ୍ତ ପ୍ରତିଯୋଗିତା ଖେଳାଯିବ। ପ୍ରତି ଦଳରେ ଜାତୀୟ ସ୍ତରର ୧୫ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ। ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ହକି ଇଣ୍ଡିଆ ଲିଗ୍‌ ଲାଗି ଖେଳାଳି ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଦେଶ ଓ ବିଦେଶର ଖେଳାଳିମାନେ ନାମ ପଞ୍ଜୀକରଣ କରିପାରିବେ।

ଏଥିଲାଗି ବିଶ୍ବର ପ୍ରତିଷ୍ଠିତ ଖେଳାଳିମାନେ ସାମିଲ ହେବା ନେଇ ଆମେ ଲକ୍ଷ୍ୟ ରଖୁଛୁ ବୋଲି ତିର୍କୀ କହିଛନ୍ତି। ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି ଯେ, ହକି ଇଣ୍ଡିଆ ଲିଗ୍‌ ଭାରତୀୟ ହକି ପାଇଁ ଶୁଭଙ୍କର। ଏହା ଦ୍ବାରା ଯୁବ ଖେଳାଳିମାନେ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି।

Comments are closed.