www.samajalive.in
Monday, December 8, 2025
24.1 C
Bhubaneswar

୭ ଟନ୍ ନକଲି ଆମ୍ବ ଜବତ, ଏମିତି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆପଣ ଆମ୍ବ ବିକ୍ରି ହେଉଥିବା ଦେଖିଥିବେ ନିଶ୍ଚୟ । ଖରାଦିନେ ଏହାର ଚାହିଦା ଅଧିକ । ତେବେ ଆପଣ ଜାଣିଛନ୍ତି କି, ସୁନ୍ଦର ଏବଂ ସତେଜ ନଜର ଆସୁଥିବା ଆମ୍ବ ମଧ୍ୟରୁ ଏମିତି କିଛି ଆମ୍ବ ଅଛି ଯାହା ନକଲି ଆମ୍ବ । ନିକଟରେ ତାମିଲନାଡୁରେ ଖାଦ୍ୟ ସୁରକ୍ଷା ବିଭାହ ଏକ ଦୋଗାମରୁ ପ୍ରାୟ ୭.୫ ଟନ୍ ନକଲି ଆମ୍ବ ଜବତ କରିଛି । ଏହି ନକଲି ଆମ୍ବକୁ ମେସିନରେ ପ୍ରସ୍ତୁତ କରାଯାଏ । ଏହି ଆମ୍ବକୁ ଗଛରୁ ତୋଳାଯାଏ କିନ୍ତୁ କୃତ୍ରିମ ଉପାୟରେ ଏହାକୁ ପଚାଯାଇଥାଏ । ତେଣୁ ଏହାକୁ ନକଲି ଆମ୍ବ କୁହାଯାଏ ।  ଏହି ଆମ୍ବକୁ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଟ୍ ବ୍ୟବହାର କରାଯାଉଛି । ଏହା ସ୍ବାସ୍ଥ୍ୟ ପାଇଁ ହାନିକାର ଯୋଗୁଁ ଏହାର ବ୍ୟବହାର ଉପରେ କଟକଣା ରହିଛି ।

କହିରଖୁଛୁ କ୍ୟାଲସିୟମ କାର୍ବାଇଟ୍ ସହଜରେ ବଜାରରେ ମିଳିଯାଏ । ଏହା ଏକ ପ୍ରକାର ପଥର ଭଳି ହୋଇଥାଏ  । ଏହାକୁ ଏକ କପଡାରେ ଗୁଡାଇ ଆମ୍ବ ପା କଦଳୀ ପାଖରେ ଥୋଇଦିଆଯାଏ । ପବନ ବାଜୁନଥିବା ସ୍ଥାନରେ ଏହାକୁ ଥୋଇଦେବା ଫଳରେ ଫଳ ୩-୪ ଦିନରେ ପାଚିଯାଏ । ଏଭଳି କୃତ୍ରିମ ଉପାୟରେ ବାରମ୍ବାର ପଚାଯାଉଥିବା ଫଳ ଖାଇବା ଦ୍ବାରା ପେଟ ଯନ୍ତ୍ରଣା, ଡାଇରିଆ, ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ ।

ଓଡ଼ିଶାର କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ ଇଂଲଣ୍ଡ-ଭାରତ ୱାନ ଡେ ମ୍ୟାଚ

- Advertisement -

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories