www.samajalive.in
Thursday, December 11, 2025
16.1 C
Bhubaneswar

ଆସାମୀ ଚମ୍ପଟ, ବାଂଶଡା ଥାନା ଏବଂ ଘଂଟେଶ୍ୱର ଫାଣ୍ଡି ପୁଲିସ ଗ୍ରାମବାସୀଙ୍କ ଦ୍ୱାରା ଅଟକ

ଧାମରା: କରଞମାଳ ଫାଣ୍ଡି ଅଂଚଳରେ ହୋଇଥିବା ଏକ ମର୍ଡର କେସର ଆସାମୀ ମାନଙ୍କୁ ଧରିବାକୁ ଯାଇ ପୁଲିସ ହଟହଟା ହୋଇଛି। ଏହି ଘଟଣାରେ ଗ୍ରାମବାସୀ ମାନେ ବାଂଶଡା ଥାନା ଷ୍ଟାଫ ଏବଂ ଘଂଟେଶ୍ୱର ଫାଣ୍ଡି ଷ୍ଟାଫଙ୍କୁ ବହୁ ସମୟ ଧରି ଅଟକ ରଖିବା ପରେ ଛାଡିଥିଲେ। ପ୍ରାପ୍ତ ଖବରରୁ ଜଣାଯାଇଛି କରଣପଲ୍ଲୀ ଅଂଚଳରେ ଗତ ୧୭ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକକୁ ସେହି ଅଂଚଳର କିଛି ଲୋକ ଘରୁ ଘୋଷାଡ଼ି ନେଇ ବାଡେଇ ବାଡେଇ ମାରି ଦେଇଥିଲେ ବୋଲି ସଂପୃକ୍ତ ଯୁବକଙ୍କ ବାପା ବାଂଶଡା ଥାନାରେ ଲିଖିତ ଅଡଭିଯୋଗ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଆସାମୀ ମାନେ ଘଂଟେଶ୍ୱର ଫାଣ୍ଡି ଅଧିନରେ ଥିବା ବ୍ରହ୍ମଟିକ୍ରି ଗ୍ରାମରେ ଲୁଚିଥିବା ଖବର ବାଂଶଡା ପୁଲିସର ହସ୍ତଗତ ହୋଇଥିଲା। ଏହି ଖବରକୁ ଆଧାର କରି ବାଂଶଡା ଥାନା ଅଧିକାରୀ ନିଜର ଷ୍ଟାଫ ମାନଙ୍କ ସହ ଯାଇ ଘଂଟେଶ୍ୱର ଫାଣ୍ଡିରେ ପହଂଚିଥିଲେ। ଘଂଟେଶ୍ୱର ଫାଣ୍ଡି ଅଧିକାରୀଙ୍କ ସହଯୋଗରେ ସମସ୍ତ ଷ୍ଟାଫ ମାନେ ଯାଇ ବ୍ରହ୍ମଟିକ୍ରି ଗ୍ରାମରେ ପହଂଚିଥିଲେ। ମାତ୍ର ସଂପୃକ୍ତ ଆସାମୀକୁ ଖୋଜିବାକୁ ପୁଲିସ ନାକେଦମ ହୋଇ ପଡ଼ିଥିଲା। ଏହାର କାରଣ ସେହି ଗ୍ରାମରେ ମୁରଲୀ ବିଳାସ ନାମରେ ୨/୩ ଜଣ ବ୍ୟକ୍ତି ଥବା ବେଳେ ପ୍ରକୃତ ରେ କେଉଁ ମୁରଲୀ ବିଳାସ ଏହି ମର୍ଡର ଆସାମୀ ମାନଙ୍କୁ ସୁରକ୍ଷା ଦେଇଛି ତାହା ବିଷୟରେ ସଠିକ ତଥ୍ୟ ସଂଗ୍ରହ କରିବା ସମସ୍ୟା ହୋଇଥିଲା। ଫଳରେ ସଂପୃକ୍ତ ପୁଲିସ ଅଧିକାରୀ ଭୁଲରେ ଏହି ମର୍ଡର କେସରେ ସଂପୃକ୍ତ ନଥିବା ସହ କୌଣସି ଆସାମୀ ବିଷୟରେ ଜାଣି ନଥିବା ମୁରଲୀ ବିଳାସଙ୍କ ଘରେ ପହଂଚି ମୁରଲି ବିଳାସଙ୍କ ପରିବାରକୁ ହଇରାଣ କରିବା ସହ ସେମାନଙ୍କୁ ଆଲମିରା ଖୋଲିବା ଏବଂ ତାଙ୍କ ପରିବାରକୁ ଧମକ ଚମକ ଦେଇ କେଉଁଠି ଆସାମୀ ମାନଙ୍କୁ ରଖିଛ ବୋଲି ଜେରା କରିଥିଲେ। ମୁରଲୀ ବିଳାସଙ୍କ ପରିବାର ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ଅଧିକାରୀ କିଛି ବୁଝି ନଥିଲେ। ଏହି କଥାକୁ ଆଧାର କରି ବ୍ରହ୍ମଟିକ୍ରି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଥିଲେ ଏବଂ ସମସ୍ତ ପୁଲିସ ଅଧିକାରୀଙ୍କୁ ଅଟକାଇ ରଖିଥିଲେ। ଦୀର୍ଘ ସମୟ ଅଟକାଇବା ପରେ ଅନ୍ୟ ଲୋକଙ୍କ ମଧ୍ୟସ୍ଥିତାରେ ଗ୍ରାମବାସୀ ପୁଲିସ ଅଧିକାରୀ ମାନଙ୍କୁ ଛାଡିଥିଲେ। ଏହି ଘଟଣାକୁ ନେଇ ବାଂଶଡା ଥାନାଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କରଣପଲ୍ଲୀ ଅଂଚଳରେ ହୋଇଥିବା ମର୍ଡର କେସରେ ଆସାମୀ ମାନେ ବ୍ରହ୍ମ,ଟିକ୍ରି ଗ୍ରାମରେ ଲୁଚି ରହିଥିଲେ ମାତ୍ର ସଂପୃକ୍ତ ଗ୍ରାମବାସୀ ପୁଲିସ ପ୍ରଶାସନକୁ ସହଯୋଗ ନ କରିବାରୁ ଆସାମୀ ମାନଙ୍କୁ ଗିରଫ କରିବା ସମ୍ଭବ ହୋଇ ପାରି ନଥିଲା, ଫଳରେ ବାଧ୍ୟ ହୋଇ ଆମେ ଫେରିଲୁ, ଆଗାମୀ ଦିନରେ ଅଂଚଳବାସୀଙ୍କ ସହଯୋଗ ମିଳିଲେ ଖୁବଶୀଘ୍ର ଏହି ମର୍ଡର କେସର ସମସ୍ତ ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନା ନିଜର ପ୍ରତିକ୍ରିୟା ରଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories