www.samajalive.in
Tuesday, December 9, 2025
16.1 C
Bhubaneswar

ଅଂଶୁଘାତରୁ ବଡ଼ମ୍ବା ବନାଞ୍ଚଳରେ ଛୁଆ ହାତୀ ମୃତ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରେ ଏକ ଛୁଆ ମାଈ ହାତୀର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ମୃତ ହାତୀ ଛୁଆଟିକୁ ବନ ବିଭାଗ କର୍ମଚାରୀମାନେ ବନାଞ୍ଚଳ ଅନ୍ତର୍ଗତ ଛାଞ୍ଚୁଣିଆ ନିକଟସ୍ଥ ତଳ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ସକାଳେ ପଇଁତରା ସମୟରେ ଠାବ କରିଥିଲେ। ଅନଗୁଳ ସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା, ଆଠଗଡ଼ ବନଖଣ୍ଡ ଏସିଏଫ୍ ଡା. ଚିଚିଲିଚି ବିଶ୍ୱାଳ, ଏସିଏଫ୍ ମନୋଜ କୁମାର ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ କରିଥିଲେ। ପରେ ପରେ ବଡ଼ମ୍ବା ବ୍ଲକର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଦିଲେଶ୍ଵରୀ ବେହେରା, ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଜ୍ୟୋତିପ୍ରକାଶ ବେହେରା, ଡାକ୍ତର ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଛୁଆ ହାତୀର ଶବ ବ୍ୟବଛେଦ କରିଥିଲେ। ଶବ ବ୍ୟବଛେଦ କରିଥିବା ପ୍ରାଣୀ ଚିକିତ୍ସକଙ୍କ କହିବାନୁଯାୟୀ ଆନୁମାନିକ ୧ରୁ ୨ ମାସର ଏହି ମାଈ ହାତୀ ଛୁଆଟି ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories