www.samajalive.in
Friday, December 12, 2025
16.1 C
Bhubaneswar

୧୦ ବର୍ଷ ହେଲା ବସୁନି ଟାସ୍କ ଫୋର୍ସ କମିଟି ବୈଠକ

ରେଙ୍ଗାଲି: କେନ୍ଦୁପତ୍ର ସଂଗ୍ରାହ କରି ସେଥିରୁ ବିଡି ତିଆରି କରି ଆମ ରାଜ୍ୟର ଲକ୍ଷାଧିକ ଗରିବ ଶ୍ରମିକ ପରିବାର ଜୀବନ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଅନେକ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତିି ବୋଲି ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଶ୍ରମିକ କଲ୍ୟାଣ ଯୋଜନାର ସଫଳ ରୂପାୟନ ନହୋଇ ବାଟ ବଣା ହେଉଛି। ସମ୍ବଲପୁର ଜିଲ୍ଲାର ବିଡି ଶ୍ରମିକ ମାନଙ୍କ କ୍ଷେତ୍ରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲାରେ ଥିବା ଅଢେଇ ହଜାର ବିଡି ଶ୍ରମିକ ଦୀର୍ଘ ବର୍ଷ ହେଲା ସେମାନଙ୍କ ପ୍ରାପ୍ୟ ଭବିଷ୍ୟନିଧି ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାର ବିଡି ଶ୍ରମିକ ମାନଙ୍କୁ ୨୦୦୮ ମସିହାରୁ ଗତାନୁଗତିକ ଭାବରେ ଭଭିଷ୍ୟତନିଧି ପାଣ୍ଠିରୁ ଟଙ୍କା ପ୍ରଦାନରେ ଶୋଷଣ କରାଯାଉଛି। ଅକାରଣରେ ବର୍ଷ ବର୍ଷ ଧରି ପିଏ.ଏଫ୍‌‌ ଟଙ୍କା ପାଇଁ ଆବେଦନକାରୀ କାରିଗର ମାନଙ୍କୁ ହଇରାଣ ହରକତ କରାଯାଉଛି ବୋଲି ସମ୍ବଲପୁର ଜିଲ୍ଲା ବିଡି ଶ୍ରମିକ ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାବ୍ୟତୀତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡି.ଡି.ଏଲ୍‌‌.ଆଇ ଯୋଜନା ମଧ୍ୟ ଆଦୌ କାର୍ଯ୍ୟକାରୀ ହେଉ ନଥିବାରୁ ଅସଂଖ୍ୟ କାରିଗର ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଛନ୍ତି। ଡି.ଡ.ଏଲ୍‌‌.ଆଇ ଯୋଜନା ଅନୁଯାୟୀ ବିଡି ଶ୍ରମିକ ମୃତ୍ୟୁ ବରଣ କଲେ ୭ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ମୃତ ଶ୍ରମିକ ନାମରେ ଜମା ଥିବା ପି.ଏଫ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ସମ୍ବଲପୁର ଜିଲ୍ଲାରେ ଅନେକ କାରିଗର ମୃତ୍ୟୁ ବରଣ କରିଥିଲେ ହେଁ ଏହି ଯୋଜନାରୁ ମୃତ ଶ୍ରମିକଙ୍କ ପରିବାରକୁ କାଣି କଉଡିଟିଏ କ୍ଷତିପୂରଣ ମିଳିନାହିଁ ବୋଲି ପ୍ରେସ୍‌‌ ବିଜ୍ଞପ୍ତିରେ ଅଭିଯୋଗ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories