ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍

ଭୁବନେଶ୍ବର : ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍ । ହିତାଧିକାରୀଙ୍କୁ କାର୍ଡ ଦିଆଯିବ ଏବଂ ସେମାନେ ଏହି ଏଟିଏମରୁ ଚାଉଳ ଉଠାଇପାରିବେ । ଟଙ୍କା ଉଠାଯାଉଥିବା ଏଟିଏମ୍ ଭଳି ଏହି ମେସିନରେ କାର୍ଡ ଗଳାଇଲେ ଚାଉଳ ବାହାରିବ । ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ ଏହି ଏଟିଏମ୍ । ପରେ ରାଜ୍ୟର ସବୁ ଜିଲାରେ ଚାଉଳ ଏଟିଏମ୍ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Comments are closed.