www.samajalive.in
Monday, December 8, 2025
20.1 C
Bhubaneswar

ସ୍କୁଲର ଉନ୍ନତି ପାଇଁ ୨ୟ ଶ୍ରେଣୀ ଛାତ୍ରକୁ ବଳି, ୫ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହଥ୍‌ରସ ଜିଲାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦିଆଯାଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଉକ୍ତ ସ୍କୁଲର ମାଲିକ ଓ ନିର୍ଦେଶକଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଡି.ଏଲ.ପବ୍ଲିକ ସ୍କୁଲରେ ଏହି ଛାତ୍ର ଜଣକ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବାବେଳେ ହଷ୍ଟେଲରେ ରହୁଥିଲେ। ସ୍କୁଲ ମାଲିକଙ୍କ ପିତା ଗୁଣି ଗାରେଡିରେ ପ୍ରବଳ ବିଶ୍ବାସ କରୁଥିଲେ। ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଜଣେ ବାଳକକୁ ବଳି ଦେବାକୁ ସେ ପରାମର୍ଶ ଦେଇଥିଲେ। ଏଥିପାଇଁ ସ୍କୁଲ ହଷ୍ଟେଲରେ ରହୁଥିବା ଏହି ବାଳକକୁ ଚିହ୍ନଟ କରାଯାଇଥିଲା। ସ୍କୁଲ ପରିସର ବାହାରେ ଥିବା ଏକ ନଳକୂପ ନିକଟରେ ବଳି ଦେବାକୁ ପୂର୍ବରୁ ଯୋଜନା କରାଯାଇଥିଲା। ତେବେ ଟେକି ନେବା ସମୟରେ ପିଲାଟି ଜୋରରେ ଚିତ୍କାର କରିବାରୁ ଅଭିଯୁକ୍ତମାନେ ସେଠାରେ ତାକୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସ୍କୁଲ ତରଫରୁ ମୃତ ଛାତ୍ରଙ୍କ ପିତା କ୍ରିଷନ କୁଶୱାହାଙ୍କ ନିକଟକୁ ଏକ ଫୋନ ଯାଇଥିଲା। ଆପଣଙ୍କ ପୁଅ ଗୁରୁତର ଅସୁସ୍ଥ ହୋଇପଡିଥିବା ତାଙ୍କୁ କୁହାଯାଇଥିଲା। ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ କୁଆଯାଇଥିଲା ଯେ ଆପଣଙ୍କ ପୁଅକୁ ସ୍କୁଲ ନିର୍ଦେଶକ ନିଜ କାରରେ ଡାକ୍ତରଖାନାକୁ ନେଇଯାଇଛନ୍ତି। ତେବେ କ୍ରିଷନ ପରବର୍ତ୍ତୀ ସମୟରେ ଉକ୍ତ କାର ମଧ୍ୟରୁ ପୁଅର ମୃତଦେହ ଉଦ୍ଧାର କରିଥିଲେ। କ୍ରିଷନଙ୍କ ଏତଲାକୁ ଆଧାର କରି ପୁଲିସ ସ୍କୁଲ ମାଲିକ ଯଶୋଧନ ସିଂହ, ତାଙ୍କ ପୁଅ, ନିର୍ଦେଶକ ଦିନେଶ ବାଘେଲ ଏବଂ ଅନ୍ୟ ଦୁଇଜଣ ଶିକ୍ଷକଙ୍କୁ ଗିରଫ କରିଛି। ଏଥିସହିତ ସ୍କୁଲ ପରିସରରୁ ଗୁଣି ଗାରେଡିରେ ବ୍ୟବହୃତ କେତେକ ସାମଗ୍ରୀ ଜବତ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories