www.samajalive.in
Monday, December 8, 2025
14.1 C
Bhubaneswar

ଆଜିଠୁ ସର୍ବଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ୍‌‌

ସମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲା କ୍ରୀଡା ସଂଘ ଆନୁକୂଲ୍ୟ ଏବଂ ଜିଲା ପ୍ରଶାସନ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ସହଯୋଗରେ ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ ୨୦୨୪ ଆୟୋଜିତ ହେଉଛି। ଗୁରୁବାର ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କହିଛନ୍ତି ଯେ, ୨୮ ତାରିଖରୁ ଫୁଟବଲ ଚାମ୍ପିୟନସିପ ଆରମ୍ଭ ହେଉଥିବାରୁ ଏହି ପ୍ରତିଯୋଗୀତାରେ ସମୁଦାୟ ୮ଟି ଦଳ ଅଂଶ ଗ୍ରହଣ କରିବେ। ୨ଟି ବର୍ଗରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ ଗୁଡିକରେ ପୁଲ – ଏ ରେ ଝାଡଖଣ୍ଡ ଚକ୍ରଧରପୁରର ସ୍ପୋଟିଂ କ୍ଲବ, ଭୁବନେଶ୍ୱରର ଜଗା ୟୁନାଟେଡ, ସମ୍ବଲପୁର ଫୁଟବଲ ଏକାଡେମୀ ଓ ମହାରାଷ୍ଟ୍ର ନାଗପୁରର ନାଗପୁର ବ୍ଲୁ ଏସସି ଏବଂ ପୁଲ – ବି ରେ ପଶ୍ଚିମବଙ୍ଗ କଲକାତାର ହାଲିଶଙ୍କର ସରସ୍ୱତୀ କ୍ଲବ, କଟକର ରାଧାରମଣ କ୍ଲବ, ବିଶାଖାପଟନମର ଇଷ୍ଟ କୋଷ୍ଟ ରେଳବାଇ ଓ ବିହାର ବକ୍ସରର ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ଭାଗ ନେବେ।
ସମସ୍ତ ଦଳର ଖେଳାଳିମାନଙ୍କର ରହଣି, ଅଭ୍ୟାସ ଆଦିର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିଯୋଗୀତାର ଚାମ୍ପିୟନ ଦଳକୁ ଟ୍ରଫି ସହିତ ୫୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୩୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସମସ୍ତ ମ୍ୟାଚ ଗୁଡିକ ଭିଏସଏସ ଷ୍ଟାଡିୟମରେ ଆୟୋଜିତ ହେବ। ଚାମ୍ପିୟନସିପର ଫାଇନାଲ ମ୍ୟାଚ ୪ ତାରିଖରେ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଏଭଳି ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନସିପ ଆୟୋଜିତ କରାଯାଉଥିବାରୁ କ୍ରୀଡା ସଂଘର କର୍ମକର୍ତ୍ତା ମାନେ ବେଶ ଉତ୍ସାହିତ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories