www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁରର ଡା. ଝସକେତନ ସାହୁ ସନ୍ତରଣାଗାରଠାରେ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତା ଆଜିଠୁ ଆରମ୍ଭ ହେଉଛି। ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଓଡିଶା ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ ୮୪ ଜଣ ସନ୍ତରଣବିତ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆର କୌଣସି ଏକ ଜାତୀୟ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଖେଲୋ ଇଣ୍ଡିଆର କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତାର ଜୋନ – ୪ ଅନ୍ତର୍ଗତ ମଧ୍ୟପ୍ରଦେଶ, ବିହାର, ଝାରଖଣ୍ଡ, ଛତିଶଗଡ ଏବଂ ଓଡିଶାର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ। ଏଥିରେ ୨୦ଟି ପ୍ରତିଯୋଗିତା ଫ୍ରି ଷ୍ଟାଇଲ, ବେକ ଷ୍ଟ୍ରୋକ, ବଟର ଫ୍ଲାଏ ଆଦି ବର୍ଗରେ ଆୟୋଜିତ ହେବ। ମହିଳା ୧୮ ବର୍ଷରୁ କମ ଏବଂ ୧୫ ବର୍ଷରୁ କମ ଆଦି ୨ଟି ବର୍ଗରେ ଏହି ପ୍ରତିଯୋଗିତା ହେବ।

ଶୁକ୍ରବାର ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ୟ ସନ୍ତରଣ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ, ଜିଲା ସନ୍ତରଣ ସଂଘର ସାଧାରଣ ସମ୍ପାଦକ ସାଲେଗ୍ରାମ ଖୁଣ୍ଟିଆ, ସୁରେନ୍ଦ୍ର ନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

- Advertisement -

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories