www.samajalive.in
Saturday, December 6, 2025
15.1 C
Bhubaneswar

ମାର୍କଣ୍ଡି ମୁହାଣରେ ବସ୍ତା ବସ୍ତା ମଲା କୁକୁଡ଼ା, ଅଞ୍ଚଳବାସୀ ଆତଙ୍କିତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ମୁହାଣ ଅଞ୍ଚଳରେ ବସ୍ତା ବସ୍ତା ମଲା କୁକୁଡ଼ା ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଚାରିଆଡେ ବାର୍ଡ ଫ୍ଲୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ହଠାତ୍ ସମୁଦ୍ର ମୁହାଣ ଅଞ୍ଚଳରେ ୮/୧୦ ବସ୍ତା ଭର୍ତ୍ତି ଶତାଧିକ ମଲା କୁକୁଡ଼ା ପାଣିରେ ଭାସମାନ ଅବସ୍ଥାରେ କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ପକ୍ଷରୁ ଘଟଣା ନେଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କୌଣସି ବିଭାଗକୁ ଅବଗତ କରାଇ ନଥିବା ବେଳେ କୁକୁଡ଼ା ଫାର୍ମ କରିଥିବା ମାଲିକ କୁକୁଡ଼ା ଗୁଡ଼ିକ ମରିଯିବା ପରେ ଘଟଣାକୁ ଚପାଇ ବାକୁ ଅଖାରେ ମଲା କୁକୁଡ଼ାକୁ ପୁରାଇ ନଦୀରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି। ମଲା କୁକୁଡ଼ା ଗୁଡ଼ିକ ମୁହାଣ ଅଞ୍ଚଳରେ ଭାସୁଥିବାରୁ ନଦୀର ପାଣି ଦୂଷିତ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବନ ବିଭାଗ କିମ୍ବା ମତ୍ସ୍ୟ ବିଭାଗ ଅଧିକାରୀମାନେ ଗାଁରେ ପହଞ୍ଚି ମୃତ କୁକୁଡ଼ା ଗୁଡ଼ିକୁ ବାହାର କରି ପୋତି ବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories