ସମାଜ ଡିଜିଟାଲ ଡେସ୍କ: ରାଉରକେଲା ଇସ୍ପାତ କାରଖାନାରେ ବଡ ଧରଣର ବିସ୍ଫୋରଣ ହୋଇଛି। ଷ୍ଟିଲ୍ ପ୍ଲାଣ୍ଟର ଏସଏମଏସ-୧ ୟୁନିଟରେ ବିସ୍ଫୋରଣ ଘଟି ତରଳ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଠିକା କର୍ମଚାରୀ ରହିଛନ୍ତି। ସମସ୍ତ ଗୁରୁତରଙ୍କୁ ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ କିଭଳି ଘଟିଲା ତାହାର କାରଣ ଜଣାପଡ଼ିନାହିଁ।
Popular Categories



