www.samajalive.in
Monday, December 15, 2025
24.1 C
Bhubaneswar

ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କୁ ଗ୍ରହଙ୍କ ରାଜକୁମାର ବୋଲି କୁହାଯାଏ । ବୁଧ ଗ୍ରହ ପ୍ରାୟ ୧ ମାସ ପରେ ନିଜ ରାଶିରେ ପରିବର୍ତ୍ତନ କରି ଥାଆନ୍ତି। ବୁଧ ଗଣିତ, ତର୍କ, ବ୍ୟବସାୟ, ଏକାଗ୍ରତା ଓ ବାଣୀର କାରକ ଗ୍ରହ। ଶୁକ୍ର ଓ ସୂର୍ଯ୍ୟ, ବୁଧଙ୍କ ମିତ୍ର ଗ୍ରହ ବୋଲି କୁହାଯାଏ।

୧୦ ଅକ୍ଟୋବରରେ ବୁଧ ତୁଳା ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ। ମାତ୍ର ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ବୁଧଙ୍କ ଏହି ଚଳନ କାରଣରୁ ଏହି ୩ ରାଶିଙ୍କୁ ପ୍ରତିଷ୍ଠା ଓ ମାନ-ସମ୍ମାନ ମିଳିବ। ଜାଣନ୍ତୁ ସେହି ୩ ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୁଧଙ୍କ ଚଳନ ବ୍ୟବସାୟ ଓ କର୍ମକ୍ଷେତ୍ର ପାଇଁ ଖୁବ୍‌ ଶୁଭଫଳ ପ୍ରଦାନ କରିବ। ବୁଧ ଗ୍ରହ ମକର ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମ ସ୍ଥାନରେ ଚଳନ କରିବେ । ଫଳରେ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଚାକିରିରେ ପଦନ୍ନୋତି ହେବ । ଭାଗ୍ୟର ସାଥ୍‌ ମିଳିବ । ନୂଆ ଚାକିରିର ସୁଯୋଗ ରହିଛି।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ନବମ ସ୍ଥାନରେ ବୁଧ ରହିବେ । ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଯାତ୍ରାରେ ଶୁଭଫଳ ମିଳିବ । ମାଙ୍ଗଳିକ ଓ ଧାର୍ମିକ କାର୍ଯ୍ୟରେ ରୁଚି ରହିବ।

କନ୍ୟା – ଏହି ରାଶିର ସ୍ୱାମୀ ବୁଧ । ଚାକିରିରେ ପଦନ୍ନୋତି ସହ ଶୁଭଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଟକି ଥିବା ଧନ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ।

ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories