www.samajalive.in
Sunday, December 7, 2025
15.1 C
Bhubaneswar

ନକଲି ବସ୍‌କୁ ୨ଲକ୍ଷ ଜୋରିମାନା

କଟକ : ବସର ଫିଟ୍‌ନେସ କିମ୍ବା ପରମିଟ ନଥିଲା। ଏପରିକି ଗାଡ଼ିର ବୀମା ଅର୍ଥ ମଧ୍ୟ ପୈଠ ହୋଇନଥିଲା। ଚଢ଼ଉ ଓ ଜୋରିମାନାରୁ ବର୍ତ୍ତିବା ପାଇଁ ସମ୍ପୃକ୍ତ ବସ ମାଲିକ ଆଉ ଏକ ବସ ନମ୍ବର ବ୍ୟବହାର କରୁଥିଲେ। ଏହା କେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ବରରେ ନକଲି ନମ୍ବରରେ ଚାଲିଥିବା ବସକୁ ଠାବ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ଅଧିକାରୀ। ସମ୍ପୃକ୍ତ ବସ ମାଲିକଙ୍କୁ ୨ଲକ୍ଷ ୧୦ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଅପରପକ୍ଷରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସେ କିପରି ଲଗାଇଲେ ସେନେଇ ମଧ୍ୟ ଏସଟିଏ ତଦନ୍ତ ଆରମ୍ଭ କରିଛି।

ଏସଟିଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବୁଧବାର ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗାଡ଼ିମଟର ଯାଞ୍ଚ କରାଯାଉଥିବା ବେଳେ ଓଆର୦୨ଏକେ-୫୫୧୧ ନମ୍ବର ବିଶିଷ୍ଟ ବସକୁ ଅଟକା ଯାଇଥିଲା। ବସଟି ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିଲା। ମାତ୍ର ବସ କର୍ମଚାରୀମାନେ ଯେଉଁ କାଗଜପତ୍ର ଦେଖାଇଥିଲେ ସେଥିରେ ଏସଟିଏ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ବସର ଇଞ୍ଜିନ ଓ ଚେସିସ ନମ୍ବର ସହ ବସ ନମ୍ବର ମେଳ ଖାଇ ନ ଥିଲା। ବସରେ ଯେଉଁ ନମ୍ବର ଲାଗିଥିଲା ତାକୁ ନେଇ ଯାଞ୍ଚ କରିବା ପରେ ସେ ବସଟି ଦଶପଲ୍ଲା ବସଷ୍ଟାଣ୍ଡରେ ରହିଥିବା ଜଣାପଡିଥିଲା। ସ୍ଥାନୀୟ ଆରଟିଓ ଏହାର ଯାଞ୍ଚ କରିବାରେ ବସଟିର ନମ୍ବର ଓ କାଗଜପତ୍ର ଠିକ୍ ଥିବା ଜଣାପଡ଼ିଥିଲା। ଭୁବନେଶ୍ବରରେ ଯେଉଁ ବସ ଉପରୋକ୍ତ ନମ୍ବର ବ୍ୟବହାର କରୁଥିଲା ସେହି ବସର ପ୍ରକୃତ ନମ୍ବର ହେଉଛି ଓଆର୦୨ଏକ୍ସ-୨୬୯୦। ବସଟିକୁ ଜବତ କରାଯାଇ କାଗଜପତ୍ର ଯାଞ୍ଚ ପରେ ୨୦୨୩ ସେପ୍ଟେମ୍ବର ୩୦ ତାରିଖରୁ ଗାଡ଼ିରୁ ବୀମା ପୈଠ କରାଯାଇ ନଥିବା ଜଣାପଡିଥିଲା।  ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯିବା ସହ ବିନା ଯାଞ୍ଚରେ ବସକୁ କିପରି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନେବାଆଣିବା କାମରେ ନିୟୋଜିତ କରିଥିଲେ ତାହାର ମଧ୍ୟ ତଦନ୍ତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories