www.samajalive.in
Friday, December 5, 2025
26.1 C
Bhubaneswar

କଳାକନା ବୁଲାଇଲେ ଦୁର୍ବୃତ୍ତ; ଲକ୍ଷାଧିକ ଟଙ୍କାର ସୁନା ଗହଣା ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଲୁଟ୍‌

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ୱାର୍ଡ ନମ୍ବର ୭ ସ୍ଥିତ ଦୁର୍ଗା ଅଗ୍ରୱାଲଙ୍କ ଘରୁ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଚୋରି ହେବ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି, ସକାଳ ୯ଟା ୪୦ ରେ ଘରେ ତାଲା ମାରି ଦୁର୍ଗାଙ୍କ ସ୍ତ୍ରୀ ନିଜର ସମ୍ପର୍କୀୟ ଘରକୁ ବୁଲି ଯାଇଥିଲେ। ଦୁର୍ଗା ଏବଂ ତାଙ୍କ ପୁଅ ନିଜ ନିଜ କାମରେ ବାହାରକୁ ଯାଇଥିଲେ। ୧୧ ଟାରେ ଦୁର୍ଗାଙ୍କ ସ୍ତ୍ରୀ ଘରକୁ ଫେରି ଦେଖିଲେ ଘରର ମୁଖ୍ୟ ଗେଟର ତାଲା ଭାଙ୍ଗି ପଡ଼ିଥିଲା। ପରେ ସେ ଆଲମାରୀ ଖୋଲା ପଡ଼ି ଜିନିଷପତ୍ର ସବୁ ଏପଟ ସେପଟ ପଡ଼ିଥିବା ଦେଖି ଚୋରି ହୋଇଥିବା ଜାଣିପାରି ପାଖ ପଡୋଶୀଙ୍କୁ ଡାକି ଘରର ସମସ୍ତ ଖୋଲା ପଡ଼ିଥିବା ଆଲମୀରାକୁ ଦେଖାଇଥିଲେ। ପରେ ପୁଅ ଓ ସ୍ବାମୀ ଆସି ସମସ୍ତ ଜିନିଷ ପତ୍ର ଯାଞ୍ଚ କରିବା ପରେ ଦୁଇ ଭରି ସୁନାର ୪ଟି ମାଳି, ୫ଟି ସୁନା ମୁଦି, ୫ଟି ନାକଫୁଲ, ଦୁଇ କିଲୋ ଓଜନର ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଓ ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଚୋରି ହୋଇଥିବା ଜାଣି ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ବଲପୁର ଅନୁସନ୍ଧାନୀ ଦଳ ସହ ଅନୁସନ୍ଧାନୀ କୁକୁରକୁ ଡ଼କାଇଥିଲେ। ଅନୁସନ୍ଧାନୀ ଦଳ ପହଞ୍ଚିବା ପରେ କୁକୁରଟି ଘର ଚାରିପଟେ ବୁଲି ସିଧାସଳଖ ସର୍ଭିସ୍ ରାସ୍ତା ଦେଇ ଲାଦର ପାଲି ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ହେଲେ କିଛି ସୁରାକ ପାଇ ନଥିଲା। ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଏସଡିପିଓ ବରଗଡ ପଦାର ବିନ୍ଦ ତ୍ରିପାଠୀ ଓ ଇନ୍ସପେକ୍ଟର ବୈଠାରୁ ସାହୁ ତଦନ୍ତ ଜାରି ରଖିଛନ୍ତି।

ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories