www.samajalive.in
Saturday, December 6, 2025
14.1 C
Bhubaneswar

ଡିଡିଏମଏ ନିର୍ଦ୍ଦେଶାବଳୀ : ଗ୍ରୀଷ୍ମ ପ୍ରବାହରେ ମଦ, ଚା’, ମୃଦ୍ୟୁ ପାନୀୟ ପିଇଲେ ମାନେ,କିଭଳି ନେବେ ନିଜର ଯତ୍ନ

ନୂଆଦିଲ୍ଲୀ : ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଭୀଷଣ ଖରାର ପ୍ରକୋପ ଓ ଗୁଳୁଗୁଳି ଜାରି ରହିଛି। ରାତିରେ ସାମାନ୍ୟରୁ ଅଧିକ ଗରମ ଅନୁଭବ ହେଉଥିବାରୁ ଲୋକେ ବ୍ୟସ୍ତତା ଅନୁଭବ କରିବା ସହ ଚିନ୍ତା ବଢାଇ ଦେଇଛି। ଦିଲ୍ଲୀ ଏନସିଆର ସହ ଅନ୍ୟ କେତେକ ସ୍ଥାନରେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ଦିଲ୍ଲୀରେ ଗତ ୨ ଦିନ ପୂର୍ବରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୌତ୍ତମବୁଦ୍ଧ ନଗରରେ ମଧ୍ୟ ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି।

୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

- Advertisement -

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନାନୁଯାୟୀ, ଉତ୍ତର ପ୍ରଦେଶ, ଦକ୍ଷିଣ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପଞ୍ଜାବ, ଉତ୍ତର ମଧ୍ୟ ପ୍ରଦେଶ, ଓଡିଶା, ଝାଡଖଣ୍ଡ, ବିହାର ଓ ଜମ୍ମୁର କିଛି ସ୍ଥାନରେ ଭୀଷଣ ଖରା ସ୍ଥିତି ଲାଗି ରହିଛି।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ କୁହାଯାଇଛି, ଏଭଳି ଗ୍ରୀଷ୍ମ ପ୍ରବାହ ତଥା ଖରା ଦିନରେ ଲୋକେ କିଭଳି ନିଜର ଯତ୍ନ ନେଇପାରିବେ।

– ମଧ୍ୟାହ୍ନ ୧୨ଟା ରୁ ଦିନ ୩ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଯାଆନ୍ତୁ ନାହିଁ।

– ଅତି ଆବଶ୍ୟକ ନହେଲେ ବାହାରକୁ ଯାଆନ୍ତୁ ନାହିଁ।

– ଅଧିକରୁ ଅଧିକ ପାଣି ପିଅନ୍ତୁ। ଶୋଷ ନ ଲାଗିଲେ ମଧ୍ୟ ପାଣି ପିଅନ୍ତୁ।

– ହାଲକା ରଙ୍ଗ କିମ୍ବା ସୂତା ପୋଷାକ ପିନ୍ଧନ୍ତୁ।

– ଖରାରେ ଯିବା ପୂର୍ବରୁ ଚଷମା, ଛତା, ଟୋପି ଆଦି ବ୍ୟବହାର କରନ୍ତୁ।

– ମଧ୍ୟାହ୍ନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଖରାରେ କାମ କରନ୍ତୁ ନାହିଁ।

– ବାହାରକୁ ବାହାରିବା ମାତ୍ରେ ନିଜ ସହ ପାଣି ବୋତଲ ରଖନ୍ତୁ।

– ମଦ, ଚା’, କଫି, ମୃଦ୍ୟୁ ପାନୀୟ ଆଦି ପିଅନ୍ତୁ ନାହିଁ।

– ପ୍ରଚୁର ପ୍ରୋଟିନ୍ ଥିବା ଭୋଜନ ଗ୍ରହଣ କରନ୍ତୁ। ବାସି ଜିନିଷ ଖାଆନ୍ତୁ ନାହିଁ।

– ପିଲାଙ୍କୁ, ପୋଷା ଜନ୍ତୁଙ୍କୁ ଗାଡି ଭିତରେ ଛାଡନ୍ତୁ ନାହିଁ।

– ବେହୋସ୍ କିମ୍ବା ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

– ଓଆରଏସ, ଘରୋଇ ପାନୀୟ ଲସୀ, ଲେମ୍ବୁ ପାଣି, ଘୋଳ ଦହି ଆଦି ପିଅନ୍ତୁ।

– ଗାଈଗୋରୁଙ୍କୁ ଛାଇ ସ୍ଥାନରେ ରଖନ୍ତୁ। ସେମାନଙ୍କୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ।

– ଘରେ ପରଦା ବ୍ୟବହାର କରନ୍ତୁ। ରାତିରେ ଘରର ଝରକା ଖୋଲା ରଖନ୍ତୁ।

– ସଠିକ୍ ଭାବେ ସ୍ନାନ କରନ୍ତୁ।

ନବବିବାହିତା ଭଉଣୀ ହାତରୁ ଚା’ ପିଇଲା ; ତା’ପରେ ଗୁଳି ଚଲାଇ ହତ୍ୟା କଲା ନାବାଳକ ଭାଇ , ଆଶ୍ଚର୍ଯ୍ୟ କରିବ କାରଣ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories