www.samajalive.in
Monday, December 8, 2025
13.1 C
Bhubaneswar

ବନ୍ଦ ହେବ ୩୦ହଜାରରୁ ଅଧିକ ମୋବାଇଲ୍‌‌ ନମ୍ବର: ଆପଣଙ୍କ ନମ୍ବର ଏଥିରେ ନାହିଁ ତ !

ସମାଜ ଡିଜିଟାଲ ଡେସ୍କ: ଦେଶରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଦୂରସଂଚାର ବିଭାଗ ପକ୍ଷରୁ ୩୯୨ଟି ମୋବାଇଲ୍‌‌ ହ୍ୟାଣ୍ଡସେଟ୍‌‌ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହ୍ୟାଣ୍ଡସେଟ୍‌‌ ଗୁଡିକ ବିଦ୍ୟୁତ୍‌‌ କେୱାଇସି ଅପଡେଟ୍‌‌ ସ୍କାମରେ ବ୍ୟବହୃତ ହେଉଥିବା ଚିହ୍ନଟ କରାଯାଇଥିଲା। ଏହି ସ୍କାମରେ ସାଇବର ଠକମାନେ ବିଦ୍ୟୁତ୍‌‌ ବିଭାଗର ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଏସଏମଏସ ଓ ହ୍ୱାଟସ୍‌‌ ଆପ୍‌‌ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। ଏହି ମେସେଜରେ ଉପଭୋକ୍ତାଙ୍କୁ ସେମାନଙ୍କର କେୱାଇସି ବିବରଣୀ ଅପଡେଟ୍‌‌ କରିବାକୁ କୁହାଯାଉଥିଲା। ଯଦି ଏହା ନକରିବେ ତେବେ ଘରୁ ବିଦ୍ୟୁତ କାଟ କରାଯିବ। ପଠାଯାଇଥିବା ଏହି ମେସେଜ ଗୁଡିକରେ ସାଧାରଣତଃ ଏକ ବିପଜ୍ଜନକ ଲିଙ୍କ ରହିଥାଏ। ଯେଉଁଥିରେ ବ୍ୟକ୍ତିଗତ ସୂଚନା ମାଗିଥାନ୍ତି। ଆପଣ ଯଦି ନିଜର ବ୍ୟକ୍ତିଗତ ତଥ୍ୟ ସେମାନଙ୍କୁ ପ୍ରଦାନ କରନ୍ତି ତେବେ ସାଇବର ଠକମାନେ ଏହାର ଅପବ୍ୟବହାର କରି ଆର୍ଥିକ ଠକେଇ କରିଥାନ୍ତି।
ଦୂରସଂଚାର ବିଭାଗର ‘ଚକ୍ଷୁ’ ପ୍ଲାଟଫର୍ମ ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗ ବୃଦ୍ଧି ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ‘ଚକ୍ଷୁ’ ଏକ ସରକାରୀ ପଦକ୍ଷେପ ଯାହା ନାଗରିକମାନଙ୍କୁ ସନ୍ଦେହଜନକ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବାକୁ ଅନୁମତି ଦେଇଥାଏ। ଏହି ରିପୋର୍ଟକୁ ଆଧାର କରି ଦୂରସଂଚାର ବିଭାଗ ସାଇବର ଠକେଇ କାର୍ଯ୍ୟକଳାପର ଏକ ନେଟୱର୍କ ଚିହ୍ନଟ କରିବା ପାଇଁ ‘ଚକ୍ଷୁ’ ପୋର୍ଟାଲରେ ଏଆଇ ଚାଳିତ ବିଶ୍ଳେଷଣ ବ୍ୟବହାର କରିଥିଲା। ଏଥିରୁ ଜଣାପଡିଛି ଯେ ୩୯୨ଟି ମୋବାଇଲ୍‌‌ ହ୍ୟାଣ୍ଡସେଟ୍‌‌ ଏବଂ ଏହି ସ୍କାମରେ ଜଡିତ ୩୧ହଜାର ୭୪୦ରୁ ଅଧିକ ମୋବାଇଲ୍‌‌ ନମ୍ବର ମଧ୍ୟରେ ଏକ ସଂଯୋଗ ରହିଛି। ଏହି ଅନୁସନ୍ଧାନକୁ ଭିତ୍ତି କରି ଦୂରସଂଚାର ବିଭାଗ ଟେଲିକମ୍‌‌ କମ୍ପାନୀଗୁଡିକୁ ଚିହ୍ନଟ ହୋଇଥିବା ମୋବାଇଲ୍‌‌ ନମ୍ବର ଏବଂ ହ୍ୟାଣ୍ଡସେଟ୍‌‌କୁ ସାରା ଦେଶରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories