www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

ପତି-ପତ୍ନୀଙ୍କ ସମ୍ପର୍କର ଖୁବ୍ ମହତ୍ତ୍ୱ ରହିଛି। ଅନେକ ସମୟରେ ଦେଖାଯାଏ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ। କେତେକ ଘରେ ନିୟମିତ ମଧ୍ୟ ଦମ୍ପତିଙ୍କ ମଧ୍ୟରେ କଳହ ଓ ଅଶାନ୍ତି ହେଉଥିବା ଦେଖାଯାଏ। କିଛି ଗ୍ରହ ଓ ନକ୍ଷତ୍ରଙ୍କ ପ୍ରଭାବ ପାଇଁ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ ବୋଲି ମାନ୍ୟତା ରହିଛି।

ଅନେକ ସମୟରେ ପତିପତ୍ନୀଙ୍କ ସମ୍ପର୍କକୁ ଗ୍ରହ ଦଶା ପ୍ରଭାବିତ କରିଥାଏ। କେତେକ ସମୟରେ କାରଣ ନଥାଇ ମଧ୍ୟ ଅଯଥାରେ କଳହ ହୋଇଥାଏ। କଳହ ଓ ବିବାଦ ବଢି ଯାଇ ପରିସ୍ଥିତି ଜଟିଳ ହୋଇଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ଗ୍ରହ କାରଣରୁ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ ଓ ଏହାର ସମାଧାନର ଉପାୟ ବିଷୟରେ ଜାଣନ୍ତୁ..

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦମ୍ପତିଙ୍କ ସମ୍ପର୍କ ଉପରେ ଜାତକରେ ଗ୍ରହ ମାନଙ୍କ ମୁଖ୍ୟ ଭୂମିକା ରହିଛି। ପୁରୁଷ ମାନଙ୍କ ବୈବାହିକ ଜୀବନ ତାଙ୍କ ଜାତକରେ ଥିବା ଶୁକ୍ର ଗ୍ରହଙ୍କ ସ୍ଥିତି ଉପରେ ନିର୍ଭର କରିଥାଏ। ସେହିପରି ମହିଳାଙ୍କ ଜାତକରେ ଗୁରୁ ଗ୍ରହଙ୍କ ସ୍ଥିତି ଉପରେ ନିର୍ଭର କରିଥାଏ। ଏହା ବ୍ୟତୀତ ଅନ୍ୟ ଗ୍ରହ ଶନି, ମଙ୍ଗଳ, ରାହୁ ଓ କେତୁ କିମ୍ବା ଗ୍ରହଙ୍କ ଅଶୁଭ ପ୍ରଭାବରୁ ମଧ୍ୟ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ।

ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜ୍ୟୋର୍ତିବିଦଙ୍କ କହିବାନୁଯାୟୀ, କୌଣସି ବ୍ୟକ୍ତି ବିଶେଷଙ୍କ ଜାତକରେ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ପାଇଁ ମଙ୍ଗଳ ଗ୍ରହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତକରେ ମଙ୍ଗଳଙ୍କ ସ୍ଥିତି ଶୁଭ ସ୍ଥାନରେ ନ ରହିଲେ, ଏହାର ପ୍ରଭାବ ଜାତକରେ ସପ୍ତମ ଓ ପଞ୍ଚମ ସ୍ଥାନରେ ହୋଇଥାଏ। ଫଳରେ ଦମ୍ପତିଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ।
ଏଭଳି ସମସ୍ୟା ଲାଗି ରହିଲେ, ନିୟମିତ ଶୋଇବା ସମୟରେ ତକିଆ ତଳେ କର୍ପୂର ରଖନ୍ତୁ। ସକାଳେ ଏହି କର୍ପୂର ଜଳାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବା ସହ କଳହ ଦୂର ହୋଇଥାଏ। ଘରେ ସର୍ବଦା ଶାନ୍ତି ରହିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories