www.samajalive.in
Wednesday, November 19, 2025
26.1 C
Bhubaneswar

ନିଟ-ନେଟ ବିବାଦ, ପିଲାଙ୍କ ପରିଶ୍ରମର ଫଳ ଦେବ କିଏ

ଡେସ୍କ: ନିଟ ୟୁଜି ବିବାଦ ଥମି ନ ଥିବା ବେଳେ ୟୁଜିସି ନେଟ ବିବାଦ ସମଗ୍ର ଛାତ୍ର ସମାଜକୁ ଅସ୍ଥିର କରିଛି। ଏହି ପ୍ରସଙ୍ଗ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଆଜି ଛାତ୍ରଛାତ୍ରୀମାନେ ଏ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିଷୟରେ କେତେକ ଛାତ୍ର ସଂଗଠନ ପ୍ରଶ୍ନ କରିଛନ୍ତି ଯେ ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାରେ କିଛି ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବା ଆଳରେ ଓ ଲୋକଙ୍କୁ ସେହି ପ୍ରସଙ୍ଗ ଠାରୁ ଦୁରେଇ ରଖିବା ପାଇଁ ୟୁଜିସି ନେଟ ପରୀକ୍ଷା ବାତିଲ କରାଯାଇଛି।

ସେମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ସାଇବର ସଂସ୍ଥା ଜାଣିଥିଲା, ତେବେ ପରୀକ୍ଷା ପୂର୍ବରୁ ଅନିୟମିତତା ହେବ ବୋଲି କାହିଁକି ଜଣାଇଲା ନାହିଁ ଓ ସଂସ୍ଥା ଜଣାଇବା ପରେ କୌଣସି ତଦନ୍ତ କମିଟି ଗଠନ ନ କରି କିମ୍ବା ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ପୂର୍ବରୁ ତର୍ଜମା ନ କରି ହଠାତ ୟୁଜିସି ନେଟ ପରୀକ୍ଷା ବାତିଲ କରିବା ପଛରେ କେଉଁ ରହସ୍ୟ ଅଛି। ଛାତ୍ର ସଂଗଠନ ଗୁଡିକ ପ୍ରଶ୍ନ କରିଛନ୍ତି ଯେ ଯଦି କେନ୍ଦ୍ର ସରକାର ଏତେ ସଜାଗ ତାହେଲେ ନିଟ ୟୁଜି ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ଜଣାପଡିବା ପରେ ସରକାର ସମ୍ପୃକ୍ତ ପରୀକ୍ଷା ବାତିଲ କଲେନାହିଁ କାହିଁକି? ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ମାଇନସ ମାର୍କିଙ୍ଗ ବ୍ୟବସ୍ଥା ଥିଲା ବେଳେ କେଉଁ ଆଧାରରେ ଓ କେଉଁ ନିୟମ ଅନୁଯାୟୀ ୭୦ରୁ ୮୦ ପ୍ରତିଶତ ଗ୍ରେସ ମାର୍କ ଦେଇଥିଲେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ୭୦% ଗ୍ରେସ ମାର୍କ ଦେବା ଭାରତ ଇତିହାସରେ ପ୍ରଥମ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି।

- Advertisement -

ଯେଉଁ ଛାତ୍ରଛାତ୍ରୀମାନେ ଗ୍ରେସ ମାର୍କ ପାଇଛନ୍ତି ସେମାନଙ୍କ ଅଭିଭାବକ ମାନେ ସରକାରୀ କଳର କେଉଁ ସ୍ଥାନରେ ଅବସ୍ଥାପିତ ଓ ସେମାନେ କେଉଁ ନେତା ଓ ମନ୍ତ୍ରୀଙ୍କ ସହ ସମ୍ପର୍କିତ ଏବଂ ସେମାନଙ୍କ ଠାରୁ କେତେ ପରିମାଣର ଅର୍ଥ ଆଦାୟ କରାଯାଇଛି, ତାହା ସ୍ପଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କଠୋର ପଦକ୍ଷେପ ନେବେ ବୋଲି କହୁଥିବା ବେଳେ ଆଜି କହିଛନ୍ତି ଯେ ୟୁଜିସି ନେଟ ପ୍ରଶ୍ନପତ୍ର ଡାର୍କ ୱେବ ଓ ଟେଲିଗ୍ରାମରେ ଘୁରି ବୁଲୁଥିଲା କିନ୍ତୁ ଏହାର କୌଣସି ପ୍ରମାଣ କାହିଁକି ଉପସ୍ଥାପନ କରାଯାଇ ନାହିଁ ବୋଲି ଛାତ୍ର ସଂଗଠନ ଗୁଡିକ ପ୍ରଶ୍ନ କରିଛନ୍ତି।

ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନେ ଉଭୟ ନିଟ ୟୁଜି ମେଡିକାଲ ପ୍ରବେଶିକା ଓ ୟୁଜିସି ନେଟ ପରୀକ୍ଷା ପାଇଁ ଦିନରାତି ଏକ କରି ପରିଶ୍ରମ କରି ପରୀକ୍ଷା ଦେଇ ସାରିଥିବା ବେଳେ ପୁଣି ପରୀକ୍ଷାରେ ସେମାନେ କେତେ ସଫଳତା ପାଇବେ ତାହା ମଧ୍ୟ ପ୍ରଶ୍ନବାଚୀ।

Hot this week

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

Related Articles

Popular Categories