www.samajalive.in
Friday, December 5, 2025
16.1 C
Bhubaneswar

ଭିଡିଓ: ଟ୍ରେନରେ ୫୦୦ ଟଙ୍କାରେ ବିକୁଥିଲା ପାଓ୍ବରବ୍ୟାଙ୍କ, ଖୋଲିବା ପରେ ବାହାରିଲା ମାଟି

ନୂଆଦିଲ୍ଲୀ : ଟ୍ରେନରେ ଅନେକ କିଛି ବିକ୍ରି ହୁଏ । ଚା, ପାଣି, ଜଳଖିଆ, ଇୟରଫୋନ୍, ମୋବାଇଲ କଭର ଆଦି ଅନେକ ଜିନିଷ ବିକ୍ରି ହୁଏ । କିନ୍ତୁ ଏଥିରୁ କିଛି ବିକ୍ରେତା ଯାତ୍ରୀଙ୍କୁ ଠକିଥାନ୍ତି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନରେ ପାଓ୍ବରବ୍ୟାଙ୍କ ବିକୁଥିବା ନଜର ଆସୁଛି । ବ୍ୟକ୍ତି ଜଣକ ଯାତ୍ରୀଙ୍କୁ ୫୦୦ ଏବଂ ୫୫୦ ଟଙ୍କାରେ ପାଓ୍ବରବ୍ୟାଙ୍କ ବିକିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଏହି ସମୟରେ ଜଣେ ଯାତ୍ରୀ ସେହି ଠକକୁ ଧରିଦେଲେ ।

- Advertisement -

ଭିଡିଓରେ ନଜର ଆସୁଛି କି ବିକ୍ରେତା ଯାତ୍ରୀଙ୍କୁ ବିଶ୍ବାସ ଦେଉଛି କି ପାଓ୍ବରବ୍ୟାଙ୍କ ଅସଲି ଏବଂ ବର୍ଷକର ଗ୍ୟାରେଣ୍ଟି ସହିତ ମିଳୁଛି । ସେ ଏହାର ଦାମ୍ ୩୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଦେଉଛି ଯାହା ଫଳରେ ଯାତ୍ରୀ କିଣିବା ପାଇଁ ପ୍ରସ୍ତୁତ ହୋଇଯିବେ । କିନ୍ତୁ ଯେତେବେଳେ ଜଣେ ଯାତ୍ରୀ ପାଓ୍ବରବ୍ୟାଙ୍କର ଯାଞ୍ଚ କରିବାପାଇଁ ମାଗିଲେ ତା ଭିତରେ ମାଟି ପଶିଥିବା ଦେଖିବାକୁ ମିଳିଲା । ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଭିଡିଓକୁ ଏପର୍ଯ୍ୟନ୍ତ ୩.୨୯ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ୩.୩ ହଜାର ଲାଇକ୍ସ ମିଳିଛି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories