www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓ: ଟ୍ରେନରେ ୫୦୦ ଟଙ୍କାରେ ବିକୁଥିଲା ପାଓ୍ବରବ୍ୟାଙ୍କ, ଖୋଲିବା ପରେ ବାହାରିଲା ମାଟି

ନୂଆଦିଲ୍ଲୀ : ଟ୍ରେନରେ ଅନେକ କିଛି ବିକ୍ରି ହୁଏ । ଚା, ପାଣି, ଜଳଖିଆ, ଇୟରଫୋନ୍, ମୋବାଇଲ କଭର ଆଦି ଅନେକ ଜିନିଷ ବିକ୍ରି ହୁଏ । କିନ୍ତୁ ଏଥିରୁ କିଛି ବିକ୍ରେତା ଯାତ୍ରୀଙ୍କୁ ଠକିଥାନ୍ତି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନରେ ପାଓ୍ବରବ୍ୟାଙ୍କ ବିକୁଥିବା ନଜର ଆସୁଛି । ବ୍ୟକ୍ତି ଜଣକ ଯାତ୍ରୀଙ୍କୁ ୫୦୦ ଏବଂ ୫୫୦ ଟଙ୍କାରେ ପାଓ୍ବରବ୍ୟାଙ୍କ ବିକିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଏହି ସମୟରେ ଜଣେ ଯାତ୍ରୀ ସେହି ଠକକୁ ଧରିଦେଲେ ।

- Advertisement -

ଭିଡିଓରେ ନଜର ଆସୁଛି କି ବିକ୍ରେତା ଯାତ୍ରୀଙ୍କୁ ବିଶ୍ବାସ ଦେଉଛି କି ପାଓ୍ବରବ୍ୟାଙ୍କ ଅସଲି ଏବଂ ବର୍ଷକର ଗ୍ୟାରେଣ୍ଟି ସହିତ ମିଳୁଛି । ସେ ଏହାର ଦାମ୍ ୩୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଦେଉଛି ଯାହା ଫଳରେ ଯାତ୍ରୀ କିଣିବା ପାଇଁ ପ୍ରସ୍ତୁତ ହୋଇଯିବେ । କିନ୍ତୁ ଯେତେବେଳେ ଜଣେ ଯାତ୍ରୀ ପାଓ୍ବରବ୍ୟାଙ୍କର ଯାଞ୍ଚ କରିବାପାଇଁ ମାଗିଲେ ତା ଭିତରେ ମାଟି ପଶିଥିବା ଦେଖିବାକୁ ମିଳିଲା । ଏହି ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଭିଡିଓକୁ ଏପର୍ଯ୍ୟନ୍ତ ୩.୨୯ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ୩.୩ ହଜାର ଲାଇକ୍ସ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories